ଦେଶ ବିଦେଶ

ସହରାଚଂଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ସମୀକ୍ଷା ଫେବୃୟାରୀ ୧୫ ତାରିଖ ସୁଦ୍ଧା ମାନବସମ୍ବଳ ମନୋନୟନ ସମ୍ପୂର୍ଣ୍ଣ ହେବ

Published

on

ଭୁବନେଶ୍ୱର , ୫ା୧ ସହରାଂଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମକୁ ବ୍ୟାପକ ଏବଂ ଗୋଷ୍ଠୀ ସ୍ତରରେ ପହଂଚାଇବା ସହ ସହରାଂଚଳ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଗୁଣାତ୍ମକ ବିକାଶ ଆଣିବା ପାଇଁ ଜିଲ୍ଲା ଓ ସହରାଂଚଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ କାଲି ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିବା ଅବସରରେ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଆମ କ୍ଲିନିକ୍ , ସନ୍ଧ୍ୟାକାଳୀନ ବାହ୍ୟରୋଗୀ ସେବାର ଉପଯୋଗ , ସମସ୍ତ ସହରାଚଂଳ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସେବା ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି ।
ରୋଗୀଙ୍କୁ ଚିକିତ୍ସା ସେବା ସହିତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ମାନ ବୃଦ୍ଧି କରାଯାଇ କାୟାକଳ୍ପ ଓ ଜାତୀୟ ଗୁଣାତ୍ମକ ମାନ ନିର୍ଦ୍ଧାରଣ ହାସଲ କରିବା , ନିୟମିତ ପରିଦର୍ଶନ ଓ ମୂଲ୍ୟାୟନ , ମହିଶା ଆରୋଗ୍ୟ ସମିତିଗୁଡିକୁ ସକ୍ରିୟ କରାଇବା , ରୋଗୀ କଲ୍ୟାଣ ସମିତିର ଭାଗିଦାରିତା ବଢାଇବା ସହିତ ପ୍ରତ୍ୟେକ ସହରରେ ସଫେଇ କର୍ମଚାରୀ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାକୁ କୁହାଯାଇଛି । ଏତଦ୍ବ୍ୟତିତ ସହରାଚଂଳରେ ଯକ୍ଷ୍ମା , ମ୍ୟାଲେରିଆ , କୁଷ୍ଠରୋଗର ନିରାକରଣ ଓ ଅଣସଂକ୍ରମିତ ରୋଗର ବ୍ୟାପକତାକୁ ରୋକିବା ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମଗୁଡିକୁ ତ୍ୱରାନ୍ୱିତ କରାଯିବା ନେଇ ବିସ୍ତୃତ ଆଲୋଚନା ହୋଇଛି । ସହରାଚଂଳର ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକ ନିମନ୍ତେ ଅନୁମୋଦିତ ମାନବ ସମ୍ବଳ ମନୋନୟନ ଆସନ୍ତା ଫେବୃୟାରୀ ମାସ ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି । ସହରାଚଂଳ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ବିଶେଷଜ୍ଞ ସେବା ଉପଲ୨ିକରାଇବା , ବାୟୋ- ମେଟ୍ରିକ୍ ଉପସ୍ଥାନକୁ କଡାକଡି କରିବା , ଆମ-କ୍ଲିନିକ୍ ନିୟମିତ ଭାବେ କାର୍ଯ୍ୟକରିବା , ଟୀକାକରଣ ଏବଂ ପୁଷ୍ଟି କାର୍ଯ୍ୟକ୍ରମକୁ ନିୟମିତ ତଦାରଖ କରିବାକୁ ପରାମର୍ଶ ଦିଆଯାଇଛି । ଉକ୍ତ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାଃ ହରପ୍ରାଦ ପ…ନାୟକ, ଯୁଗ୍ମନିର୍ଦ୍ଦେଶକ(ପ୍ରଶାସନ) ଅନୁଜ କୁମାର ଦାସପନାୟକ , ଅତିରିକ୍ତ ମିଶନ ନିର୍ଦ୍ଦେଶକ ମୃଣାଳକାନ୍ତି ଦାଶ ଏବଂ ରାଜ୍ୟ ସହରାଚଂଳ କାର୍ଯ୍ୟକ୍ରମ ପରିଚାଳକ ସୁକାନ୍ତ କୁମାର ମିଶ୍ରଙ୍କ ସମେତ ଜିଲ୍ଲା ଓ ସହରାଚଂଳ ସ୍ୱାସ୍ଥ୍ୟ ଅଧିକାରୀ , ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ କାର୍ଯ୍ୟକ୍ରମ ପରିଚାଳକମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version