ଭୁବନେଶ୍ୱର ୪/୧ : ମହାକାଳପଡ଼ା ନିପାଣିଆ ଡଙ୍ଗାବୁଡ଼ି ଘଟଣାରେ ଅନୁକମ୍ପାମୂଳକ ସହାୟତାରାଶି ବାଣ୍ଟିବାକୁ ଯାଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ କୁଳମଣି ସାମଲ ଓ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି । ସେମାନେ ଶୁକ୍ରବାର ହସିଣା ଗ୍ରାମରେ ପହଂଚି ସରକାରଙ୍କ ଦ୍ୱାରା ଘୋଷିତ ସହାୟତାରାଶି ବାଣ୍ଟିବାକୁ ଉଦ୍ୟମ କରିବା ବେଳେ ଲୋକମାନେ ପ୍ରବଳ ପାଟିତୁଣ୍ଡ କରି ଏଥିରେ ବ୍ୟାଘାତ ସୃଷ୍ଟି କରିଥିଲେ । ଏହି ସହାୟତାରାଶି ଯଥେଷ୍ଟ ନୁହେଁ ବୋଲି ଦର୍ଶାଇ ସେମାନେ ଏହାର ପରିମାଣ ବୃଦ୍ଧି କରିବାକୁ ଦାବି କରିଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ପରେ କେତେକ ବ୍ୟକ୍ତି ଏହି ସହାୟତା ରାଶି ଗ୍ରହଣ କରିଥିବାବେଳେ ଆଉ କେତେକ ଏହା ଗ୍ରହଣ କରିନଥିବା ଜଣାଯାଇଛି ।