ଅପରାଧ

ସହିଦନଗର ଥାନା ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

Published

on

ଭୁବନେଶ୍ୱର ୯/୩ : ଆତ୍ମସମର୍ପଣ ପରେ ପ୍ରକାଶକୁ ପୁଲିସ ଗିରଫ କରିଛି । ପ୍ରକାଶକୁ ମିଶାଇ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚିଛି । ଗତ ୩ ତାରିଖ ରାତିରେ ସହିଦନଗର ଥାନାରେ ପଶି ରାତିଅଧିଆ ଲଙ୍କାକାଣ୍ଡ ଲଙ୍କାକାଣ୍ଡ କରିଥିଲେ ଦୁର୍ବୃତ୍ତ । ସଂଘବଦ୍ଧ ଭାବେ ପୋଲିସ କବଳରୁ ଅଭିଯୁକ୍ତକୁ ଛଡେଇ ନେବାକୁ ଉଦ୍ୟମ କରିବା ବେଳେ ପୋଲିସ ବାଧା ଦେଇଥିଲା । ହେଲେ ଏମାନେ ଥାନାରେ ପଶି ପୋଲିସକୁ ଗୋଡେଇ ଗୋଡେଇ ମାଡ ମାରି ଲହୁଲୁହାଣ କରିଥିଲେ । ଏଥିରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପୁଲିସ ଏହି ଘଟଣାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା ।
ସୂଚନା ଅନୁସାରେ, ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଏକ ପିଙ୍କ୍ ଅଟୋରେ ବସି ଆତ୍ମସମର୍ପଣ କରିବାକୁ ପ୍ରଥମେ ଡିସିପି ଅଫିସ୍କୁ ଯାଇଥିଲେ । ସେଠାରେ ସେମାନେ ତାଙ୍କୁ ସହିଦ ନଗର ଥାନାକୁ ଯିବାକୁ ପରାମର୍ଶ ଦେଇଥିଲେ । ତା’ରେ ସେ ତାଙ୍କ ସହଯୋଗୀମାନଙ୍କ ଗହଣରେ ମଟର୍ସାଇକେଲ୍ ଯୋଗେ ସହଦ ନଗର ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ ବୋଲି କୁହାଯାଉଛି । କିନ୍ତୁ ତାଙ୍କୁ ଗିରଫ କରାଯାଇଛି ବୋଲି ସହିଦ ନଗର ଥାନା ପୁଲିସ କହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version