ଭୁବନେଶ୍ୱର ୧୯/୬ : ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ଓଡ଼ିଆ ଯବାନ ଅଜିତଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଦେବନା ଜଣାଇବା ସହ ୨୫ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ ପରିବାରକୁ ସମଦେବନା ଜଣାଇଛନ୍ତି । ଏହା ସହ ତାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ ।
ସୂଚନା ମୁତାବକ, ଗତ ୧୭ ତାରିଖରେ ଅରିହଲରେ ଆତଙ୍କବାଦୀମାନେ ଆଇଡି ବ୍ଲାଷ୍ଟ କରିଥିଲେ । ଏଥିରେ ୨ଜଣ ଯବାନ ସହିଦ ହେବା ସହ ୭ଜଣ ଗୁରୁତର ହୋଇଥିଲେ ।