ଭୁବନେଶ୍ୱର ୨୦/୧ : ଭୁବନେଶ୍ୱର ଗୋ÷ରୀ ନଗରରେ ଗତକାଲି ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ଏକ ଭଡ଼ା ଘରେ ରହୁଥିବା ଦୁଇଜଣ ଯୁବତୀଙ୍କ ମଧ୍ୟରୁ ଜଣେ ଅନ୍ୟର ତଣ୍ଟି କାଟି ହତ୍ୟା କରିଛି । ଗତ ୩ ବର୍ଷ ହେଲା ସେମାନେ ସେହି ଘରେ ଏକାଠି ରହୁଥିଲେ । ପୂର୍ବରୁ ସେମାନେ ୧୦ ବର୍ଷ ଧରି ଏକତ୍ର ଭୁବନେଶ୍ୱରରେ ରହି ଆସିଛନ୍ତି । ଗତକାଲି ରାତି ୩ଟାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଶୁଣି ଘର ମାଲିକ ଉପର ମହଲାକୁ ଆସିବା ପରେ ଘଟଣା ସମ୍ପର୍କରେ ଜାଣି ସଙ୍ଗେ ସଙ୍ଗେ ପୋଲିସକୁ ଫୋନ କରିଥିଲେ । ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ଅମିଶା ମିଶ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି । ନିହତ ଯୁବତୀ ଜଣକ ହେଉଛନ୍ତି ଅଳକା ନନ୍ଦା ଦାସ ଓ ତାଙ୍କ ଘର ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରେ । ଅପର ପକ୍ଷରେ ଅମିତାଙ୍କ ଘର କୋଣାର୍କରେ ବୋଲି ଜଣାପଡ଼ିଛି । ହତ୍ୟାର ପ୍ରକୃତ କାରଣ ହଠାତ ଜଣାପଡ଼ିନାହିଁ ।