ପାରାଦୀପ ୨୧/୩ : ।ସାନ ଭାଇକୁ ତା ନିଜ ବଡ଼ ଭାଇ ଭୁଜାଲିରେ ହାଣି ହତ୍ୟା କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦୀପରେ ।
ପାରାଦୀପ ନୂଆବଜାର କଲୋନୀରେ ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ କଳି ହୋଇଥିଲା । ସେଥିରେ ଦୁହିଁଙ୍କ ମଧ୍ୟରେ ବଚସା ହେବାରୁ ସାନ ଭାଇକୁ ତା ନିଜ ବଡ଼ ଭାଇ ଭୁଜାଲିରେ ହାଣି ଦେଇଛି । ଗୁରୁତର ଅବସା୍ଥରେ ପୋର୍ଟ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ନୂଆବଜାର କଲୋନୀରେ ଚାଞ୍ଚଲ୍ୟ ଖେଳିଯାଇଛି । କିନ୍ତୁ କଳି ଓ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।