ଅପରାଧ

ସାନ ଭାଇ ଶୋଇଥିବା ବେଳେ ମୁଣ୍ଡକାଟି ନେଲା ବଡ଼ ଭାଇ

Published

on

ସମ୍ବଲପୁର ୧୧/୬ : ମଶାରୀ ଭିତରେ ଶୋଇଥିବା ବେଳେ ମୁଣ୍ଡକାଟି ନେଇଥିଲା ହତ୍ୟାକାରୀ । ମୃତକ ହେଉଛି ସତ୍ୟନାରାୟଣ ମୁଣ୍ଡା । ସଂପର୍କୀୟ ଭାଇ ଉଜ୍ୱଳା ମୁଣ୍ଡା ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରିବା ପରେ କଟାମୁଣ୍ଡ ସହ ଥାନାରେ ଆତ୍ମସମର୍ପଣ କରିଛି ।
ସତ୍ୟନାରାୟଣ ମୁଣ୍ଡା ଗତକାଲି ରାତିରେ ଘର ବାହାରେ ଶୋଇଥିବା ବେଳେ ମଶାରୀ ଭିତରୁ ତାଙ୍କୁ ହତ୍ୟା କରି ତାଙ୍କ ମୁଣ୍ଡ କାଟି ନେଇଯାଇଥିଲା । ସକାଳୁ ପରିବାର ଲୋକ ସତ୍ୟନାରାୟଣଙ୍କ ଏଭଳି ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ।
ଏହା ପରେ ପୁଲିସ ଖୋଜୁଥିବା ଜାଣିସାରିବା ପରେ ଅଭିଯୁକ୍ତ ଉଜ୍ୱଳା ମୁଣ୍ଡା କଟାମୁଣ୍ଡ ଧରି ଜାତୀୟ ରାଜପଥରେ ବୁଲିଥିଲା । ପୁଲିସ ପଚାରିବା ପରେ ବ୍ୟାଗରେ କଟାମୁଣ୍ଡ ଥିବା କହିଥିଲା ହତ୍ୟାକାରୀ । ଏହା ପରେ ସେ ଥାନାରେ ଆତ୍ମସମର୍ପଣ କରିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version