ଥିରୁବନ୍ତପୁରମ୍ ୨/୧ : ବହୁ ଚର୍ଚ୍ଚିିତ ସାବରିମାଳା ମନ୍ଦିରରେ ବୁଧବାର ଦୁଇ ମହିଳା ପଶି ପୂଜାର୍ଚ୍ଚନା କରିଛନ୍ତି । ସବୁପ୍ରକାର କଟକଣା ସେ ୍ୱ ବିନ୍ଦୁ ଓ କନକଦୁର୍ଗା ନାମ୍ନୀ ଦୁଇ ମହିଳା ଭୋର ୩ଟା ୪୫ ମିନିଟରେ ମନ୍ଦିରରେ ହଠାତ୍ ପଶି ଗର୍ଭଗୃହରେ ପୂଜାର୍ଚ୍ଚନା କରିଥିଲେ । ଫଳରେ ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉେ ଜନା ପ୍ରକାଶ ପାଇଥିଲା । ସେମାନଙ୍କ ପ୍ରବେଶ ପରେ ଶୁଦ୍ଧିକରଣ ଲାଗି ମନ୍ଦିରକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା । ମହିଳାମାନେ ସାବରିମାଳା ମନ୍ଦିରରେ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଲୋକମାନଙ୍କ ତୀବ୍ର ବିରୋଧ ଯୋଗୁ ମହିଳାମାନେ ମନ୍ଦିରରେ ପ୍ରବେଶ କରିପାରୁନଥିଲେ ।