ଭାରତ ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ଝିଅ ଈଶା ଅମ୍ବାନୀର ବାହାଘର ୧୨ ଡିସେମ୍ବରରେ ହେବକୁ ଯାଉଛି । ଏହି ବାହାଘରର ସବୁ ଛୋଟ ବଡ ଆୟୋଜନ ଖାସ ତରିକାରେ ହେଉଛି । ଈଶା ଓ ଆନନ୍ଦ ପୀରାମଲଙ୍କ ବାହଘର କାର୍ଡର ପ୍ରଥମ ଥର ଲାଗି ସାମ୍ନାକୁ ଆସିଛି । ଏବେ ଏହି କାର୍ଡ ସୋସଆଲ୍ ମଡିଆରେ ଭାଇରାଲ୍ ହେଉଛି । ଇଶାଙ୍କ କାର୍ଡ ଏକ ଗୋଲ୍ଡନେ ବକ୍ସରେ ତିଆରା ଯାଇଛି । ଏହି କାଡକୁ ୪ଟି ଛୋଟ ଛୋଟ କାର୍ଡରେ ବଣ୍ଟା ଯାଇଛି । ଭିଡିଓ ଅନୁସାରେ ବକ୍ସର ପ୍ରଥମ ଭାଗରେ ମାଁ ଗାୟତ୍ରୀ ଦେବୀଙ୍କ ଫୋଟୋ ରାଖାଯାଇଛି । କିଛି ଦିନ ପୂର୍ବେ ଅମ୍ବାନୀ ପରିବାର କହିଥିଲେ ଯେ, ବାହଘରର ସମସ୍ତ କାର୍ଯ୍ୟକ୍ରମ ମୁମ୍ବାଇରେ ହେବ ।