ପୁରୀ : ପୁରୀର ପରବର୍ତ୍ତୀ ଯୁରାଜାଙ୍କ ଫଟୋ ଭାଇରାଲ ବୋଲି ଜଣା ପଡିଛି । ସେସିଆଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହୋଇଛି ତାହା ନୀଳଗିରି ଯୁବରାଜଙ୍କ ବୋଲି ଜଣା ପଡିଛି । ସୋସିଆଲ ମିଡିଆରେ ପୁରୀ ଗଜପତିଙ୍କ ସହ ଜଣେ ଯୁବରାଜଙ୍କ ଫଟୋ ଭାଇରାଲ ହୋଇଥିଲା । ସେ ପୁରୀର ପରବର୍ତ୍ତୀ ଯୁବରାଜ ବୋଲି ଫଟୋରେ ଲେଖା ଯାଇଛି । କିନ୍ତୁ ତାହା ସମ୍ପୂର୍ଣ୍ଣ ମିଥ୍ୟା । ଫଟୋଟି ହେଉଛି ନୀଳଗିରି ଯୁବରାଜ ଟିକାୟତ ଜନ୍ମେଞ୍ଜୟ ମର୍ଦ୍ଦରାଜ ନିର୍ବନ୍ଧ ବେଳର ଫଟୋ ଅଟେ । ୨୦୧୬ ମସିହାରେ ଏହି ଫଟୋ ଉଠିଥିଲା । ଦିବ୍ୟସିଂହ ଦେବ ଓ ମହାରାଣୀ ଯୋଗ ଦେଇଥିଲେ ଏହି ନିର୍ବନ୍ଧରେ । ଯେଉଁଥିରେ ନୀଳଗିରି ଯୁବରାଜଙ୍କ ସହ ପୁରୀ ଗଜପତି ଓ ରାଣୀ , ଢେଙ୍କାନାଳ ରାଜା କାମାକ୍ଷାପ୍ରସାଦ ସିଂଦେବଓ ଓ ତାଙ୍କ ରାଣୀ ଏବଂ ନୀଳଗିରି ରାଜା ଜୟନ୍ତଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଓ ତାଙ୍କ ପତ୍ନୀ ଛିଡା ହୋଇଛନ୍ତି । କିନ୍ତୁ କେହି ଲୋକ ଏହି ଫଟୋକୁ ଏଡିଟ କରି ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା ।