ଦେଶ ବିଦେଶ

ସାରା ଦେଶ ଭୋଟ୍ ମୁହାଁ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ କିନ୍ତୁ ବସୁଛନ୍ତି ଯୋଗ ମୁଦ୍ରାରେ : ବିରୋଧୀ

Published

on

ନୂଆଦିଲ୍ଲୀ ୧୯/୫ : ମୋଦି ସାଧନା କରିଥିବା ଗୁମ୍ଫାର ନାମ ହେଉଛି ବନି ଗୁମ୍ଫା । ମୋଦିଙ୍କ ଗସ୍ତ ପୂର୍ବରୁ ଏହି ଗୁମ୍ଫାରେ ପାଣି, ବିଜୁଳି ସହ ସିସିଟିଭି କ୍ୟାମେରା ଲାଗିଥିଲା । ଆଉ ବାହାରେ ପହରା ଦେଉଥିଲେ ଏସପିଜି ଗାର୍ଡ । ଯାହାଙ୍କ ଦାୟିତ୍ୱରେ ଥିଲା ଗୁମ୍ଫାରେ ଥିବା ସିସିଟିଭି ଅପରେଟିଂ ବ୍ୟବସ୍ଥା । ପ୍ରଧାନମନ୍ତ୍ରୀ ଗୋଟିଏ ରାତି ବିତାଇଥିବା ଏହି ଗୁମ୍ଫା ସାଧାରଣ ଗୁମ୍ଫା ନଥିଲା । ଏଥିରେ ରହିଛି ୱାସିଂ ରୁମ, ଗୋଟିଏ ଝରକା, ଶୋଇବା ପାଇଁ ଖଟ ଓ ଧ୍ୟାନ ପାଇଁ ଆବଶ୍ୟକ ସ୍ଥାନ ।
ଛାତ ଦଶ ଫୁଟ ଉଚ୍ଚତାର ରହିଛି ଆଉ ଝରକା ପଟୁ ସିଧା ଦେଖାଯାଇଥାଏ କେଦାରନାଥ ମନ୍ଦିର । ସମୁଦ୍ରପତନ ଠାରୁ ୧୨ହଜାର ଫୁଟ ଉଚ୍ଚତାରେ ଥିବା ଏହି ଗୁମ୍ଫା ପ୍ରାକୃତିକ ନୁହେଁ ମଣିଷ କୃତ । ନେହେରୁ ଇନଷ୍ଟିଚ୍ୟୁଟ୍ ଅଫ ମାଉନଟେନେରିଂର ଅଧିକାରୀ କହିଛନ୍ତି, ପାହାଡର ପଥର କାଟି ବନି ଗୁମ୍ଫାକୁ ନିର୍ମାଣ କରିବାକୁ ପ୍ରାୟ ମାସେ ସମୟ ଲାଗିଥିଲା । ଗୁମ୍ଫା ନିର୍ମାଣ ଗତ ବର୍ଷ ଶେଷ ହୋଇଥିଲେ ବି ବନ୍ଦ ରହିଥିଲା । ଆଉ ମୋଦିଙ୍କ ଗସ୍ତର ଯଥେଷ୍ଟ ପୂର୍ବରୁ ଗୁମ୍ଫାରେ ଜଳ ଓ ବିଜୁଳି ସଂଯୋଗ ହୋଇଥିଲା ବୋଲି ସେ କହିଛନ୍ତି ।
ଶିବ ପରେ ବିଷ୍ଣୁଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । କେଦାରନାଥ ଦର୍ଶନ ସାରିବା ପରେ ସେଠାରୁ ଯାଇ ବଦ୍ରିନାଥରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଦ୍ରି ବିଶାଳଙ୍କ ଦର୍ଶନ କରିବା ସହ ସେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଆଜି ଶେଷ ପର‌୍ୟ୍ୟାୟ ଭୋଟ୍ ଚାଲିଥିବା ବେଳେ ଗତକାଲି ଠାରୁ ୨ ଦିନିଆ ଉତରାଖଣ୍ଡ ଗସ୍ତରେ ଥିଲେ ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚା ଉଠିଛି । ବିରୋଧୀ ଆଲୋଚନା କରୁଛନ୍ତି ସାରା ଦେଶ ଭୋଟ୍ ମୁହାଁ ହୋଇଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ କିନ୍ତୁ ବସୁଛନ୍ତି ଯୋଗ ମୁଦ୍ରାରେ ।

Leave a Reply

Your email address will not be published. Required fields are marked *

Trending

Exit mobile version