ନୂଆଦିଲ୍ଲୀ:କରୋନା ଲକଡାଉନ ଫଳରେ ଦେଶର ଅର୍ଥନୀତି ବର୍ତ୍ତମାନ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଏହାକୁ କିଭଳି ସଜଡ଼ା ଯାଇପାରିବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସିଥାରମନ ଓ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବାରମ୍ବାର ବୈଠକ କରୁଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ମଝିରେ ମଝିରେ ସମାଧାନର ରାସ୍ତା ଦେଖାଉଛନ୍ତି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ନୋବେଲ ପୁରସ୍କାର ପ୍ରାପ୍ତ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଓ ପୂର୍ବତନ ଅରବିଆଇର ଗଭର୍ଣ୍ଣର ରଘୁରାମ ରାଜନଙ୍କ ଭଳି ଅର୍ଥନୀତି ଶାସ୍ତ୍ରୀମାନଙ୍କ ଠାରୁ ଗୁରୁ ଜ୍ଞାନ ନେଉଛନ୍ତି ।
ଏହିଭଳି ସ୍ଥିତିରେ ସିପିଏମର ସାଧାରଣ ସମ୍ପାଦକ ସିଟରମ ୟେଚୁରୀ ମଧ୍ୟ ଏକ ଅର୍ଥନୈତିକ ପ୍ରସ୍ତାଵ ରଖିଛନ୍ତି। ସିପିଏମର ଏହି ପ୍ରସ୍ତାଵକୁ ସେ ଦଳୀୟ ପ୍ରସ୍ତାଵ ଭାବେ ନୁହେଁ ବରଂ ବିରୋଧୀ ଦଳର ପ୍ରସ୍ତାଵ ଭାବେ ଦେଶ ସମ୍ମୁଖରେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି । ସେଥିପାଇଁ ସେ ପ୍ରସ୍ତାଵ ସମ୍ପର୍କରେ ବିରୋଧୀ ଦଳ ନେତାମାନକ ସହ କଥାବାର୍ତ୍ତା କରିଛନ୍ତି। ୟେଚୁରୀ କଂଗ୍ରେସ ଅଧକ୍ଷା ସୋନିଅ ଗାନ୍ଧୀ,ଏନସିପି ନେତା ଶରଦ ପାୱାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଅରଜେଡି ସଭାପତି ତେଜସ୍ଵୀ ଯାଦବ, ସମାଜବାଦୀ ପାର୍ଟି ନେତା ଆଖିଲେଶ ଯାଦବଙ୍କୁ ଅର୍ଥନୈତିକ ପ୍ରସ୍ତାଵର ଚିଠା ପଠାଇଛନ୍ତି।
ପ୍ରକୃତପକ୍ଷେ ୟେଚୁରୀ ଏହି ବାହାନାରେ ବିରୋଧୀ ଦଲଗୁଡିକୁ ଏକାଠି କରିବାକୁ ଚାହୁଁଛନ୍ତି।