ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ଚୟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକର ଫାଇଦା ଉଠାଇଛନ୍ତି ଲୋକ ସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ।
ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶରେ ସାର୍ବଜନୀନ ମାଗଣା କୋଭିଡ ଟୀକାକରଣର ପ୍ରସ୍ତାଵ ଦେଇଥିଲେ। ଦେଶରେ ଦେଖାଦେଇଥିବା ଗମ୍ଭୀର ପରିସ୍ଥିତି ସମ୍ପର୍କରେ ସରକାର ସଚେତନ ଅଛନ୍ତି ଏବଂ ବ୍ୟାପକ ଟୀକାକରଣ ପାଇଁ ବ୍ୟବସ୍ଥା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ। ଚୌଧୁରୀ ତାଙ୍କର ମୁର୍ଶୀଦାବାଦ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁର୍ଶୀଦାବାଦ ଜିଲ୍ଲାରେ ପିଏମ କେୟାର ଫଣ୍ଡ ଅର୍ଥରେ ଡିଆରଡ଼ିଓ ଦ୍ୱାରା ଏକ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଖୋଲିବାକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ହସ୍ପିଟାଲ ପାଇଁ କଂଗ୍ରେସ ନେତାଙ୍କୁ ଆଶ୍ୱାସନା ଦେଇଥିବା ପ୍ରକାଶ।