Nation

ସିବିଆଇ ମୁଖ୍ୟ ପଦବୀ ଦୌଡ଼ରେ ଓଡ଼ିଶାର ଲୋକନାଥ ବେହେରା

Published

on

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ପଦବୀ ଦୌଡରେ କେରଳର ପୋଲିସ ଡିଜି ଲୋକନାଥ ବେହେରା ଆଗରେ ଅଛନ୍ତି। କେରଳ

କ୍ୟାଡ଼ରର ୧୯୮୫ ବ୍ୟାଚର ଏହି ଓଡ଼ିଆ ଆଇପିଏସ ଅଫିସରଙ୍କ ନାମ ଅନେକ ଥର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଅନେକ ଥର ଉଠିଛି।

ଦେଶର ଏହି ପ୍ରମୁଖ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକ ପଦବୀ ପାଇଁ ବର୍ତ୍ତମାନ ଦାୟିତ୍ୱରେ ଥିବା ପ୍ରବୀଣ  ସିନ୍ହା, ବିଏସଏଫ ମୁଖ୍ୟ ରାକେଶ ଅସ୍ଥାନା, ଏନଆଇଏ ମୁଖ୍ୟ ଆଇସି ମୋଦି, ସିଆଇଏସଏଫ ମୁଖ୍ୟ ସୁବୋଧ କାନ୍ତ ଜୟସ୍ୱାଲ ଏବଂ ଆଇଟିବିପି ମୁଖ୍ୟ ଏସ ଏସ ଦେଶୱାଲ ଏବଂ ଉତ୍ତର ପ୍ରଦେଶ ଡିଜି ଏଚସି ଅବସ୍ତିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି।

ଆର ସି ଶୁକ୍ଳାଙ୍କ ଅବସର ପରେ ଗତ ଫେବୃୟାରୀ ମାସରୁ  ସିବିଆଇ ନିର୍ଦ୍ଦେଶକ ପଦ ଖାଲି ପଡ଼ିଛି। କେନ୍ଦ୍ର ସରକାର ପ୍ରବୀଣ ସିନ୍ହାଙ୍କୁ ଏହି ପଦବୀରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି।

ସୁପ୍ରିମକୋର୍ଟ ଏକ ପିଆଇଏଲ ଶୁଣାଣୀରେ ଏ ସମ୍ପର୍କରେ ପ୍ରଶ୍ନ କରିବା ପରେ ଏହି ଗୁରୁତ୍ୱପୂର୍ଣ ପଦଵୀ ପୂରଣ ନିମନ୍ତେ ତତ୍ପରତା ପ୍ରକାଶ କରିଛନ୍ତି।

କେନ୍ଦ୍ର ସରକାର ଆସନ୍ତା ମେ ୨୪ ତାରିଖରେ ସର୍ଚ୍ଚ କମିଟିର ବୈଠକ ଡାକିଛନ୍ତି । ଏହି କମିଟିରେ ପ୍ରଧାନ ମନ୍ତ୍ରୀଙ୍କ ସମେତ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ ଭି ରମଣା ଓ ଲୋକସଭାରେ ପ୍ରମୁଖ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ସଭ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version