ସମ୍ବଲପୁର ୧୨/୧ : ଆଲବମ ଅଭିନେତ୍ରୀ ସିମ୍ରନ ସିଂଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ପୋଲିସ ଶ୍ୱଶୁର ଘରର ଦୁଇଜଣଙ୍କ ନିକଟକୁ ନୋଟିସ ପଠାଇଛି । ସିମ୍ରନଙ୍କ ପିତା ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିବା ପରେ ପୋଲିସ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜଣେ ପୋଲିସ କର୍ମଚାରୀ ନୋଟିସ ନେଇ ତାଙ୍କ ଶ୍ୱଶୁର ଘରକୁ ଯାଇଛନ୍ତି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ମହାନଦୀ ପଠାରୁ ରହସ୍ୟଜନକ ପରିସ୍ଥିତିରେ ସିମ୍ରନଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ତାଙ୍କ ସ୍ୱାମୀ ରଞ୍ଜୁ ସୁନାଙ୍କୁ ପୋଲିସ ଗିରଫ କରିଥିଲା ।