ଅପରାଧ

ସିମ୍ରନ ମୃତ୍ୟୁ ମାମଲା : ସ୍ୱାମୀ ଗିରଫ

Published

on

ସମ୍ବଲପୁର ୪/୧ : ଆଲବମ ଅଭିନେତ୍ରୀ ସିମ୍ରନ ସିଂଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ପୋଲିସ ତାଙ୍କ ସ୍ୱାମୀ ଧ୍ରୁବରାଜ ସୁନାଙ୍କୁ ଅଟକ ରଖିଛି । ବଲାଙ୍ଗିରର ବେଲପଡ଼ା ଥାନା ପୋଲିସ ତାଙ୍କୁ ଘରୁ ଉଠାଇ ନେଇ ଥାନାରେ ପଚରା ଉଚରା କରୁଛି । ବୁର୍ଲାର ଏକ ପୋଲିସ ଦଳ ତାଙ୍କୁ ଆଣିବା ପାଇଁ ବେଲପଡ଼ା ଯାଉଛନ୍ତି । ସୂଚନାଯୋଗ୍ୟ ଯେ, ଧ୍ରୁବରାଜ ଅଭିନେତ୍ରୀ ସିମ୍ରନଙ୍କ ବୟଫ୍ରେଣ୍ଡ ଥିଲେ । ସେମାନେ ଦୁହେଁ ଗୋପନରେ ବିବାହ କରିଥିବା ଚର୍ଚ୍ଚା ହେଉଥିଲା । ପ୍ରକୃତରେ ସେ ସିମ୍ରନଙ୍କୁ ବିବାହ କରିଛନ୍ତି ବୋଲି ଧ୍ରୁବରାଜ ପୋଲିସ ନିକଟରେ ପ୍ରକାଶ କରିଛନ୍ତି । ବୁର୍ଲା ନିକଟସ୍ଥ ମହାନଦୀ ପୋଲ ତଳୁ ଗତ ଗୁରୁବାର ଦିନ ସିମ୍ରନଙ୍କ କ୍ଷତ ବିକ୍ଷତ ମୃତ ହେଦ ଉଦ୍ଧାର କରାଯାଇଥିଲା । ଏହା ଆତ୍ମହତ୍ୟା ନା ହତ୍ୟା ତାହା ସଠିକ୍ ଜଣାପଡ଼ିନଥିବା ବେଳେ ସିମ୍ରନଙ୍କୁ ଧ୍ରୁବରାଜ ନିର୍ଯାତନା ଦେଉଥିଲେ ବୋଲି ସିମ୍ରନଙ୍କ ମା’ ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version