ଦେଶ ବିଦେଶ

ସିରିଜ୍ ବିସ୍ଫୋରଣ ଘଟଣା : ୯ ଆତଙ୍କବାଦୀ ଘଟାଇଥିଲେ ବିସ୍ଫୋରଣ

Published

on

ଶ୍ରୀଲଙ୍କା ୨୪/୪ : ଶ୍ରୀଲଙ୍କା ଆତ୍ମଘାତୀ ସିରିଜ୍ ବିସ୍ଫୋରଣ କାଣ୍ଡ ଭିଆଇଥିଲେ ୯ ଜଣ ଆତଙ୍କବାଦୀ । ଆଉ ଏଇ ୯ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ଆତଙ୍କବାଦୀ ମଧ୍ୟ ରହିଥିଲେ। ଏନେଇ ସୂଚନା ଦେଇଛନ୍ତି, ଶ୍ରୀଲଙ୍କାର ଉପ ପ୍ରତିରକ୍ଷା ମନ୍ତ୍ରୀ ରୁଆନ୍ ୱାଜିୱର୍ଦ୍ଧନେ । କହିଛନ୍ତି କି, ମାନବ ବୋମା ଭାବେ ଏହି ମହିଳା ଆତଙ୍କବାଦୀ ଜଣକ ଚର୍ଚ୍ଚ ମଧ୍ୟକୁ ପ୍ରବେଶ କରିବା ପରେ ନିଜ ଶରୀରରେ ଖଞ୍ଜିଥିବା ଡିଟୋନେଟରରେ ବିସ୍ଫୋରଣ ଘଟାଇ ଏହି ଆତଙ୍କବାଦୀ ହାମ୍ଲା ଘଟାଇଥିଲେ।
ଏପରିକି ଏହି ମହିଳା ଆତଙ୍କବାଦୀଙ୍କ ଚପଲ ମିଳିବା ପରେ ଏହି ଘଟଣା ଜଣାପଡ଼ିଥିବା କହିଥିବା କହିଛନ୍ତି । ଅନ୍ୟପକ୍ଷରେ ଶ୍ରୀଲଙ୍କାର ପୁଲିସ୍ ପ୍ରବକ୍ତା ରୁଓ୍ଵାନ ଗୁଣଶେଖର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ ଏଇ ୯ ଜଣ ଆତଙ୍କବାଦୀ କଲୋମ୍ବୋର ଚାରିଟି ପଞ୍ଚତାରକା ହୋଟେଲ ଓ ୩ଟି ଚର୍ଚ୍ଚରେ ସିରିଜ୍ ବିସ୍ଫୋରଣ ଘଟାଇ ଏହି ନରସଂହାର ଘଟାଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩୫୯ ଜଣଙ୍କର ମୁତ୍ୟୁ ଘଟି ସାରିଥିବା ବେଳେ ୫୦୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ଜୀବନ ମୁତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି । ଏହି ଆତ୍ମଘାତୀ ବିସ୍ଫୋରଣ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ଏସ୍ ଘଟାଇଛି ବୋଲି ଦାବୀ କରୁଥିବା ବେଳେ ଶ୍ରୀଲଙ୍କାର ପୁଲିସ୍ ପ୍ରବକ୍ତା ରୁଓ୍ଵାନ ଗୁଣଶେଖର କହିଛନ୍ତି ଯେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଆମେ ୬୦ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛୁ ।

Leave a Reply

Your email address will not be published. Required fields are marked *

Trending

Exit mobile version