ଦେଶ ବିଦେଶ

ସିରିଜ ଦୁର୍ଘଟଣା : ୮ ମୃତ, ୨୦ରୁ ଉଦ୍ଧ୍ୱର୍ ଆହତ

Published

on

ଝାଜର (ହରିଆଣା) ୨୪/୧୨ : ଦିଲ୍ଲୀ ଓ ହରିଆଣା ମଧ୍ୟବର୍ତ୍ତୀ ରୋହତକ-ରେୱାରୀ ରାଜପଥରେ ସୋମବାର ସକାଳେ ଏକ ସିରିଜ୍ ଦୁର୍ଘଟଣା ଘଟିଛି । କେତେକ ବ୍ୟକ୍ତି ଏକ ଏକ୍ସୟୁଭି କାରରେ ଦିଲ୍ଲୀ ନିକଟବର୍ତ୍ତୀ ନଜାଫଗଡ଼ ଯାଉଥିବାବେଳେ ଝାଜର ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ଗାଡ଼ିର ପଛପଟେ ଥିବା ପ୍ରାୟ ୫୦ଟି ଗାଡ଼ି ପରସ୍ପର ସହ ପିଟି ହୋଇଯାଇଥିଲା । ଏହି ଦୁର୍ଘଟଣାରେ କାର ଯାତ୍ରୀମାନଙ୍କ ମଧ୍ୟରୁ ୮ ଜଣ ପ୍ରାଣ ହରାଇଥିବାବେଳେ ସିରିଜ ଦୁର୍ଘଟଣାରେ ୨୦ରୁ ଉଦ୍ଧ୍ୱର୍ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ହରିଆଣା ସରକାର ପ୍ରତି ମୃତ ବ୍ୟକ୍ତିଙ୍କ ପରିବାର ପାଇଁ ୨ ଲକ୍ଷ ଓ ଆହତ ବ୍ୟକ୍ତିଙ୍କ ପାଇଁ ୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଘନ କୁହୁଡ଼ି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version