ନୂଆଦିଲ୍ଲୀ,୨୬/୦୨:ପୁଲୱାମା ଆତଙ୍କବାଦୀ ଘଟଣାର ପ୍ରତିଶୋଧ ନେଇଛି ଭାରତ। ପାକିସ୍ତାନ ସୀମାରେ ଆତଙ୍କବାଦୀ କ୍ୟାମ୍ପ ଉପରକୁ ଆକ୍ରମଣ କରିଛନ୍ତି ଭାରତୀୟ ସେନା। ଏହି ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି । ଏହାରି ମଧ୍ୟରେ ଉଭୟ ଦେଶର ସୀମାରେ ଅଧିକ ଯବାନ ମୁତୟନ କରାଯାଇଛି । ପାକସ୍ତାନ ପ୍ରଥମେ ଏହି ଆକ୍ରମଣକୁ ସ୍ୱୀକାର କରିନଥିଲା। ତେବେ କିଛି ସମୟ ପୂର୍ବରୁ ପାକିସ୍ତାନ ଅଭିଯୋଗ କରିଛି ଯେ, ଭାରତୀୟ ବାୟୁସେନା ଦ୍ୱାରା ଅନ୍ତର୍ଜାତୀୟ ସୀମା ଉଲଂଘନ କରାଯାଇଛି । ପାକିସ୍ତାନ କହିଛି, ଭାରତୀୟ ବାୟୁସେନା ଏଲଓସି ଉଲଂଘନ କରିଛି । ପାକିସ୍ତାନୀ ବାୟୁସେନା ଏହାର ବିରୋଧରେ ଏହାର ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପୂର୍ବରୁ ଭାରତୀୟ ବାୟୁସେନାର ବିମାନ ଫେରି ଯାଇଥିଲା ବୋଲି ଅଭିଯୋଗ ଆଣିଛି । ଭାରତ ଉପରେ ସୀମା ଉଲଂଘନ ଅଭିଯୋଗ ଆଣି ଟୁଇଟ କରିଛି । ପାକିସ୍ତାନୀ ସେନା ମୁଖପାତ୍ର ଜେନେରାଲ ଆସିଫ ଗଫୁର ଭାରତ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ଭାରତୀୟ ବାୟୁସେନା ମୁଜଫରାପୁର ସେକ୍ଟରରେ ପ୍ରବେଶ କରିବାକୁ ଉଦ୍ୟମ କରିଛି ।ପାକିସ୍ତାନୀ ସେନା ଦ୍ୱାରା ଠିକ ସମୟରେ ପ୍ରଭାବୀ ଜବାବ ଦିଆଯାଇଛି । ସେ କହିଛନ୍ତି, ଏହି ଘଟଣା ଯୋଗୁଁ କୌଣସି ଅସୁବିଧା ହୋଇ ନାହିଁ । ଭାରତ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲଂଘନ କରିଥିବା ଅଭିଯୋଗ କରିଛି। ତେବେ ପାକିସ୍ତାନ ସେନା ଓ ସରକାର ଏହି ଘଟଣାକୁ ନେଇ ଜରୁରୀ ମିଟିଂ ଡକାଯାଇଛି। ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବା ବୋଲି କୁହାଯାଇଛି। ତେବେ ଭାରତ ପକ୍ଷରୁ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ମିଟିଂ ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମୋଦି ଭେଟି ଏହି ଘଟଣା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି।