ଦେଶ ବିଦେଶ

ସୁକମାରେ ୮ ମାଓବାଦୀ ନିପାତ : ଦୁଇ ଯବାନ ସହୀଦ

Published

on

ମାଲକାନଗିରି : ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ସୋମବାର ନିରାପତାବାହିନୀ ସହ ସଂଘର୍ଷରେ ୮ ମାଓବାଦୀ ପ୍ରାଣ ହରାଇଛନ୍ତି । ତେବେ ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ନିରାପତା ବାହିନୀର ଦୁଇ ଯବାନ୍ ସହୀଦ ହୋଇଛନ୍ତି । ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ଼ (ଡିଆର୍ଜି)ପକ୍ଷରୁ କାସ୍ତାରାମ ଅଂଚଳର ସାକ୍ଲେର ଜଙ୍ଗଲରେ କମ୍ପିଂ ଅପରେଶନ ଚାଲିଥିବା ବେଳେ ସେମାନଙ୍କ ସହ ଲାଲ୍ବାହିନୀର ମୁହାଁମୁହିଁ ହୋଇଥିଲା । ଲାଲ୍ବାହିନୀର ସଦସ୍ୟମାନେ ଡିଆର୍ଜି ଯବାନଙ୍କ ଉପରକୁ ଗୁଳି ଚଳାଇବାରୁ ଡିଆର୍ଜି ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା । ଉଭୟପକ୍ଷ ମଧ୍ୟରେ ପ୍ରାୟ ଏକ ଘଂଟା ସଂଘର୍ଷ ହେବାପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ପରେ ଘଟଣାସ୍ଥଳରୁ ୮ ଜଣ ମାଓବାଦୀଙ୍କ ଶବ ଉଦ୍ଧାର କରାଯାଇଛି । ତେବେ ଏଥିରେ ଦୁଇଜଣ ଯବାନ ମଧ୍ୟ ସହୀଦ ହୋଇଛନ୍ତି ।
ଘଟଣାସ୍ଥଳରୁ ଦୁଇଟି ଏସ୍ଏଲ୍ଆର୍ ସହ ୧୦ଟି ବନ୍ଧୁକ ଓ କେତେକ ମାଓ ସାମଗ୍ରୀ ଜବତ କରାଯାଇଛି । ଏବେବି ସେଠାରେ ନିରାପତାବାହିନୀ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି । ମାଓବାଦୀମାନେ ଓଡ଼ିଶା ସୀମାକୁ ଚାଲି ଆସିଥିବା ସନ୍ଦେହରେ ପଡ଼ୋଶୀ ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version