ରାଜନୀତି

ସୁକାନ୍ତଙ୍କ ନାମାଙ୍କନ ପତ୍ର ନାକଚ

Published

on

ଭୁବନେଶ୍ୱର ୫/୪ : ସବୁ ରାଜନୈତିକ ଦଳର ଟିକେଟ ବଣ୍ଟନ ଓ ନାମାଙ୍କନ ଦାଖଲ ଚାଲିଛି । ଏହା ମଧ୍ୟରେ ପ୍ରଥମ କରି କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି। କଂଗ୍ରେସରୁ ଜୟଦେବ ବିଧାନ ସଭା ଟିକେଟ ପାଇଥିବା ପ୍ରାର୍ଥୀ ସୁକାନ୍ତ ତିଆଡ଼ି ଭୋଇଙ୍କ ନାମାଙ୍କନ ନାକଚ ହୋଇଯାଇଛି ।
ଚଳିତ ବର୍ଷର ନିର୍ବାଚନ ପାଇଁ ଏହା ହେଉଛି ପ୍ରଥମ ପ୍ରାର୍ଥୀପତ୍ର ନାକଚ। ସୂଚନା ମୁତାବକ ଜୟଦେବ ନିର୍ବାଚନ ମଣ୍ଡଳୀରୁ ଟିକେଟ ପାଇଥିବା ସୁକାନ୍ତ ତିଆଡ଼ି ଭୋଇ ଆଜି ନାମାଙ୍କନ ପତ୍ର ଦାଖଲ କରିବାକୁ ଖୋର୍ଦ୍ଧା ରିଟର୍ଣ୍ଣିଂ ଅଫିସରଙ୍କ ପାଖକୁ ଯାଇଥିଲେ । କିନ୍ତୁ ପ୍ରାର୍ଥୀ ପତ୍ରରେ ତ୍ରୁଟି ଥିବାରୁ ତାଙ୍କ ନାମାଙ୍କନ ନାକଚ ହୋଇଯାଇଥିବା ସୂଚନା ମିଳିଛି । ଫଳରେ ସେ ଏବେ ଆଉ ନିର୍ବାଚନ ଲଢି ପାରିବେ ନାହିଁ।

Leave a Reply

Your email address will not be published. Required fields are marked *

Trending

Exit mobile version