ନୂଆଦିଲ୍ଲୀ ୨୩/୧୨ : ଶନିବାର ବିଳମ୍ବିତ ରାତ୍ରିରେ ଇଣ୍ଡୋନେସିଆରେ ହୋଇଥିବା ସୁନାମୀରେ ୧୬୮ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ୬୦୦ରୁ ଉଦ୍ଧ୍ୱର୍ ଆହତ ହୋଇଥିବା ଜଣାଯାଇଛି । ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି । ସୁନାମୀ ପ୍ରଭାବିତ ଅଂଚଳଗୁଡ଼ିକ ହେଲା ସେରାଙ୍ଗ, ପୈନଦେଙ୍ଗଲୈଙ୍ଗ ଓ ଦକ୍ଷିଣ ଲାମ୍ପୁଙ୍ଗ ।
ପ୍ରାକୃତିକ ବିପର୍ଯ୍ୟୟ ସଂସ୍ଥା ସୁତୋପା ପୁରଓ ନୁଗରୋହୋର ମୁଖ୍ୟପାତ୍ର କହିଛନ୍ତି ଯେ, ଭୁସ୍ଖଳନ ଯୋଗୁଁ ଏହି ସୁନାମି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ଶନିବାର ରାତି ପ୍ରାୟ ୯.୩୦ରେ ଏହି ସୁନାମୀ ଦେଖାଦେଇଥିଲା । ରାତିରେ ସୁନାମୀ ଆସିଥିବାରୁ ଲୋକମାନେ ଜାଣିପାରିନଥିଲେ । ସେ କହିଛନ୍ତି, ସୁନାମୀ ଦକ୍ଷିଣ ସୁମାତ୍ରା ଏବଂ ପଶ୍ଚିମ ଜାଭା ମଧ୍ୟରେ ସମୟ ୯.୩୦ ରେ ଦେଖାଦେଇଥିଲା । ଏଥିରେ ୪୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦୦ରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଛନ୍ତି । ସୁନାମୀ ଆସିବା ସମୟରେ ସମୁଦ୍ରର ଢ଼େଉ ପ୍ରାୟ ୧୫ ରୁ ୨୦ ମିଟର ଉଚ୍ଚ ଥିଲା । ଅଧିକାରୀମାନେ କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ଏବଂ ଅନେକ ଲୋକ ନିଖୋଜ ଅଛନ୍ତି ।