ରାଜନୀତି

ସୁନୀତା ବିଶ୍ୱାଳଙ୍କ ଗାଡିକୁ ଅଟକାଇଲା ପୋଲିସ୍

Published

on

ସୁନ୍ଦରଗଡ ୫/୪ : ଦ୍ବିତୀୟ ପର‌୍ୟ୍ୟାୟରେ ଅର୍ଥାତ ଅପ୍ରେଲ ୧୮ ତାରିଖରେ ସୁନ୍ଦରଗଡ ଲୋକସଭା ଆସନ ପାଇଁ ହେବ ଭୋଟ୍ ଗ୍ରହଣ । ପ୍ରଥମ ପର‌୍ୟ୍ୟାୟ ଭୋଟ ପାଇଁ ମାତ୍ର ୫ ଦିନ ବାକି । ଏପରିସ୍ଥଳେ ଜନତାଙ୍କ ନିକଟତର ହେଉଛନ୍ତି ପ୍ରାର୍ଥୀ । ପ୍ରାର୍ଥୀ ଜୋରଦାର ପ୍ରଚାର କରୁଛନ୍ତି । ଭୋଟ ହାତେଇବା ପାଇଁ ରୀତିମତ କସରତ କରୁଛନ୍ତି । ଏହି କ୍ରମେର ଆଜି ସୁନ୍ଦରଗଡର ବିଜେଡି ଲୋକସଭା ପ୍ରାର୍ଥୀ ସୁନୀତା ବିଶ୍ୱାଳଙ୍କ ଗାଡ଼ିକୁ ପୋଲିସ ରାସ୍ତାରେ ଅଟକାଇଥିବା ଚର୍ଚ୍ଚାର ବିଷୟ ହୋଇଛି।
ସୁନ୍ଦରଗଡ ଲୋକସଭାର ବିଜେଡି ସାଂସଦ ପ୍ରାର୍ଥୀ ସୁନୀତା ବିଶ୍ୱାଳଙ୍କ ଗାଡିକୁ ଅଟକାଇଲା ପୋଲିସ । ପୂର୍ବ ନିର୍ଦ୍ଧାରିତ କାର‌୍ୟ୍ୟକ୍ରମ ଅନୁସାରେ ଆଜି ନୂଆଗାଁ ବ୍ଲକ କୋକେରମାରୁ ବାହାରିଥିଲା ସୁନୀତାଙ୍କ ରୋଡ ଶୋ । ଦଳବଳ ସହ ସୁନୀତାଙ୍କ ଏହି ନିର୍ବାଚନୀ ପ୍ରଚାରରେ ଦଳୀୟ କର୍ମୀ । ବୀରମିତ୍ରପୁର ଓ ହାତୀବାରି ଦେଇ ରୋଡ ଶୋ ପୁରୁଣା ପାଣି ଛକରେ ପଂହଚିବା ମାତ୍ରେ ସେଠାରେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ଅନୁମତି ପତ୍ର ମାଗିଥିଲେ । କିନ୍ତୁ ନିଜେ ପ୍ରାର୍ଥୀନୀ କିମ୍ବା ତାଙ୍କ ପ୍ରତିନିଧି ତାହା ଦେଖାଇନପାରି ନଥିଲେ । ତେଣୁ ରୋଡ ଶୋକୁ ଆଗକୁ ବଢିବାକୁ ଦେଇନଥିଲା ପୋଲିସ । ତେବେ ସାଢେ ଏଗାରଟାରୁ ବନ୍ଦ ରଖାଯାଇଥିବା ରୋଡ ଶୋକୁ ଅନୁମତି ପତ୍ର ମିଳିବା ପରେ ହିଁ ଆଗକୁ ବଢିବାକୁ ଦିଆଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version