ରାଜ୍ୟ

ସୁନ୍ଦରଗଡ଼ ସହରରେ, ଲୋକେ ଆତଙ୍କିତ

Published

on

ସୁନ୍ଦରଗଡ଼ ୨୪/୨ : ସହରରେ ପଶିଲା ଦନ୍ତାହାତୀ । ଆତଙ୍କିତ ଅବସ୍ଥାରେ ଲୋକେ। ସହରରେ ପଶିଲା ଦନ୍ତାହାତୀ । ଆତଙ୍କିତ ଅବସ୍ଥାରେ ଲୋକେ । ସୁନ୍ଦରଗଡ଼ ସହରର ପେଣ୍ଠସ୍ଥଳୀ କୁହାଯାଉଥିବା ମିଶନ ରୋଡ କ୍ୟାଥଲିକ ଚର୍ଚ୍ଚ ନିକଟରେ ଏକ ଦନ୍ତା ହାତୀ ଭୟର ବାତାବରଣ ସୃଷ୍ଟି କରିଛି । ଆଜି ରବିବାର ପ୍ରାର୍ଥନା ପାଇଁ ଚର୍ଚ୍ଚରେ ଭିଡ଼ ହେବାକୁ ଥିବା ବେଳେ ଏକ ଦନ୍ତା ହାତୀ ସହର ମଧ୍ୟକୁ ଆସିବା ଆତଙ୍କ ସୃଷ୍ଟି କରିଛି ।
ଚର୍ଚ୍ଚ ନିକଟରେ ବହୁ ଘରଦ୍ୱାର ଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେପଟେ ଦିନ ବେଳା ହାତୀକୁ ଘଉଡ଼ାଇବା ସମ୍ଭବ ନଥିବାରୁ ସନ୍ଧ୍ୟାକୁ ଅପେକ୍ଷା କରିଛନ୍ତି ବନ ବିଭାଗ କର୍ମଚାରୀ । ସନ୍ଧ୍ୟାହେଲେ ହାତୀଟିକୁ ସହର ବାହାରକୁ ଘଉଡ଼ାଇବ ବନ ବିଭାଗ ।

Leave a Reply

Your email address will not be published. Required fields are marked *

Trending

Exit mobile version