Connect with us

ଭୁବନେଶ୍ୱର ୨୭/୧ : ସାତକୋଶିଆ ଜଙ୍ଗଲରେ ଏକାକୀ ରହୁଥିବା ବାଘୁଣୀ ‘ସୁନ୍ଦରୀ’ ପାଇଁ ସେଠାକୁ ଦୁଇଟି ହାତୀ ଅଣାଯାଇଛି । ହାତୀ ଦୁଇଟିର ନାଁ ହେଉଛି ମହେନ୍ଦ୍ର ଓ ରାଜକୁମାର । ସେମାନଙ୍କୁ ଶିମିଳିପାଳ ଜଙ୍ଗଲରୁ ଅଣାଯାଇଛି । ସାତକୋଶିଆର ଇନକ୍ଲୋଜରରେ ରହିଥିବା ସୁନ୍ଦରୀ ଯେଭଳି ଅଟକ ରହିଥିବା ଅନୁଭବ କରିବ ନାହିଁ ସେଥିପାଇଁ ହାତୀ ଦୁଇଟିକୁ ଅଣାଯାଇଛି । ହାତୀମାନଙ୍କୁ ଦେଖିଲେ ସେ ଜଙ୍ଗଲରେ ଥିବା ଅନୁଭବ କରିବ ବୋଲି ବନ ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।

ପରିବେଶ

ନନ୍ଦନକାନନରେ ନୂତନ ପ୍ରାଣୀ ସଂଗ୍ରହ ପାଇଁ ଗୀତାରାଣୀ ମହାନ୍ତି ଆଇରନ ଓର ମାଇନ୍ସ ପକ୍ଷରୁ ୧.୬୭ କୋଟି ଟଙ୍କା ପ୍ରଦାନ

Published

on

ଭୁବନେଶ୍ୱର: ନନ୍ଦନକାନନରେ ଜୈବ ବିବିଧତାକୁ ସମୃଦ୍ଧ କରିବା ପାଇଁ ଦେଶ ବିଦେଶର ବିଭିନ୍ନ ଚିଡ଼ିଆଖାନାରୁ ନୂତନ ପ୍ରାଣୀ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଉଛି। ଏଥିସହିତ ପୋଷ୍ୟ ପ୍ରାଣୀ କାର୍ଯ୍ୟକ୍ରମ ଜରିଆରେ ନନ୍ଦନକାନନ ପ୍ରାଣୀମାନଙ୍କର ଯତ୍ନ, ପାଳନପୋଷଣ ଏବଂ ଅନ୍ୟ ଚିଡ଼ିଆଖାନା ମାନଙ୍କରୁ ପ୍ରାଣୀ ସଂଗ୍ରହ ପାଇଁ ବିଭିନ୍ନ ଘରୋଇ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସାମିଲ କରାଯାଉଛି।

ଏହି କ୍ରମରେ ଆଜି ସୁନ୍ଦରଗଡ଼ର ମେସର୍ସ ଗୀତାରାଣୀ ମହାନ୍ତି ରାଇକେଲା ଆଇରନ ଓର ମାଇନ୍ସ ପକ୍ଷରୁ ମ୍ୟାନେଜିଂ ପାର୍ଟନର ଶ୍ରୀ ଶ୍ରୀନିବାସ ସାହୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ସାକ୍ଷାତ କରି ପ୍ରାଣୀ ସଂଗ୍ରହ ଓ ପାଳନପୋଷଣ ପାଇଁ ୧ କୋଟି ୬୭ ଲକ୍ଷ ୧୭ ହଜାର ୪୦୦ ଟଙ୍କାର ଆର୍ଥିକ ସହାୟତା ଚେକ୍‌ ଆକାରରେ ପ୍ରଦାନ କରିଛନ୍ତି। ଏହି ସହାୟତା ରାଶି ନନ୍ଦନକାନନ ଚିଡିଆଖାନା ପ୍ରକଳ୍ପର Animal Adoption ଆକାଉଣ୍ଟକୁ ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀ ଏହି ଚେକ୍‌ ଗ୍ରହଣ କରି କହିଥିଲେ ଯେ ନନ୍ଦନକାନନ ଆମ ଓଡିଶାର ଗର୍ବ । ଏହାର ବିକାଶ ପାଇଁ ଅନୁଷ୍ଠାନ ତାର ପ୍ରତିବଦ୍ଧତା ଦର୍ଶାଇଛି। ଏଥିପାଇଁ ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଧନ୍ୟବାଦ ଜଣାଉଛି। ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଏଭଳି ସହଯୋଗ ରହିଲେ, ନନ୍ଦନକାନନ ସହିତ ଏହାର ପ୍ରାଣୀସଂପଦର ଉନ୍ନତି ନିଶ୍ଚିତ ହେବ।

Continue Reading

National

ମହାନଦୀ ଟ୍ରିବୁନାଲ ୪୧ ପ୍ରସଙ୍ଗକୁ ବିଚାରକୁ ନେଇ ଅଗଷ୍ଟ ୮ ତାରିଖକୁ ଶୁଣାଣୀ ରଖିଲେ

Published

on

ଭୁବନେଶ୍ୱର: ଓଡିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳବିବାଦର ଶନିବାର ମହାନଦୀ ଟ୍ରିବୁନାଲ ୪୧ ପ୍ରସଙ୍ଗ ଉପରେ ଶୁଣାଣି ପାଇଁ ସ୍ଥିରକରି ଅଗଷ୍ଟ ୮କୁ ତାରିଖ ରଖିଛନ୍ତି।

ଟ୍ରିବୁନାଲ ଛତିଶଗଡ ସରକାରଙ୍କ ଆବେଦନ କ୍ରମେ କେନ୍ଦ୍ର ସରକାରଙ୍କୁ ଅଧିନସ୍ଥ କେନ୍ଦ୍ରୀୟ ଜଳ ଆୟୋଗ, ଆଇଏମଡ଼ି ଏବଂ ଭୂତଳ ଜଳ ଆୟୋଗ ଇତ୍ୟାଦିରୁ ମହାନଦୀ ସମ୍ପର୍କିତ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

       ଏହି ମାମଲାରେ ଓଡ଼ିଶା ଓ ଛତିଶଗଡ଼ ବ୍ୟତୀତ ଝାଡ଼ଖଣ୍ଡ               ଏବଂ ମହାରାଷ୍ଟ୍ର ମଧ୍ୟ ସାମିଲ ଅଛନ୍ତି।

 

ମହାନଦୀ ଜଳ ବିବାଦ ସଂକ୍ରାନ୍ତରେ ଖବର ୨୦୧୬ ମସିହାରେ ଲୋକଲୋଚନକୁ ଆସିବା ବେଳକୁ ଛତିଶଗଡ଼ ସରକାର ମହାନଦୀରେ ଅନେକ ବନ୍ଧ, ବ୍ୟାରେଜ ତଥା ନଦୀ ଉପତ୍ୟକା ପ୍ରକଳ୍ପ ଗୁଡ଼ିକୁ ବେଆଇନ ଭାବରେ ନିର୍ମାଣ କରିଥିଲେ। ଏହାଦ୍ୱାରା ତଳମୁଣ୍ଡରେ ଓଡ଼ିଶା ବାସୀ କ୍ଷତିଗ୍ରସ୍ତ ହେବାର ଅଭିଯୋଗ ଆସିଥିଲା। ମହାନଦୀର ତଳମୁଣ୍ଡରେ ଥିବା ଓଡ଼ିଶା ବାସୀ ଜଳ ସଙ୍କଟର ସମ୍ମୁଖୀନ ହେବା ସହିତ ନଦୀର ପର୍ଯ୍ୟାବରଣ ଗଭୀର ଭାବରେ ପ୍ରଭାବିତ ହେବାର ଆଶଙ୍କା କରାଯାଇଥିଲା
ମହାନଦୀ  ବଞ୍ଚାଅ ଆନ୍ଦୋଦୋଳନର ଆବାହକ ସୁୁୁଦର୍ଶନ ଦାସ କହିିଛନ୍ତି ମହାନଦୀ ବିବାଦର ସମାଧାନ ଦିଗରେ ମହାନଦୀ ଟ୍ରିବ୍ୟୁନାଲରେ ବିଶେଷକିଛି ଅଗ୍ରଗତି ପରିଲକ୍ଷିତ ନହେବା ଦୁଃଖର ବିଷୟ।

“୨୦୧୮ ମାର୍ଚ୍ଚ ମାସ ପାଖରୁ ମହାନଦୀ ଟ୍ରିବ୍ୟୁନାଲର ବିଚାର ପ୍ରକ୍ରିୟାର ଅଗ୍ରଗତିକୁ ଅବଲୋକନ କଲେ ଜଳ ବିବାଦ ସମାଧାନର ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ବୋଲି ମନେ ହୁଏ। ବିଶେଷକରି ୨୦୧୮ ମସିହା ଡ଼ିସେମ୍ବର ମାସରେ ଆନ୍ତଃରାଜ୍ୟ ନଦୀ ଜଳ ବିବାଦର ତ୍ୱରିତ ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ସରକାର ଗଠନ କରିଥିଲେ l ଏହି ଏକକ ଟ୍ରିବ୍ୟୁନାଲର ନିୟମ ଅନୁସାରେ କୌଣସି ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ବର୍ଷେ ଏବଂ ଅତିରିକ୍ତ ୬ ମାସ ବା ୧୮ ମାସ ଭିତରେ ସମାଧାନ ହେବା କଥା l କିନ୍ତୁ ମହାନଦୀ ଜଳ ବିବାଦ ସମାଧାନ କ୍ଷେତ୍ରରେ ଏହି ନିୟମ କ’ଣ ଲାଗୁ ହେଉନାହିଁ  କାହିଁକି ? ଟ୍ରିବ୍ୟୁନାଲର ଶୁଣାଣି କାର୍ଯ୍ୟକ୍ରମ ଯେଉଁଭଳି ମନ୍ଥର ଗତିରେ ଚାଲିଛି ସେଥିରୁ ଟ୍ରିବ୍ୟୁନାଲର ଚୂଡାନ୍ତ ରାୟ କେବେ ପ୍ରକାଶ ପାଇବ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।”

      “ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠିତ ହେଲାବେଳେ               ଓଡ଼ିଶା ବାସୀଙ୍କ ପକ୍ଷରୁ ଦାବିଥିଲା ଯେ ଟ୍ରିବ୍ୟୁନାଲର ଚୂଡାନ୍ତ          ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଛତିଶଗଡ଼ କରିଥିବା ବେଆଇନ        ପ୍ରକଳ୍ପ ଗୁଡ଼ିକୁ ସ୍ଥଗିତ ରଖାଯାଉ ଏବଂ ନିର୍ମାଣଧୀନ ପ୍ରକଳ୍ପ              ଗୁଡ଼ିକର କାର୍ଯ୍ୟଜୁ ବନ୍ଦ ରଖାଯାଉ। ଆଶା କରାଯାଉଥିଲା              ଟ୍ରିବ୍ୟୁନାଲ ତାଙ୍କର ଅନ୍ତରୀଣ ଆଦେଶ ମାଧ୍ୟମରେ କିଛି ନିର୍ଦ୍ଧିଷ୍ଟ          ରାୟ ଏଇଦିଗରେ ଶୁଣାଇଥାନ୍ତେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ          ତାହା ଆଜି ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ବିଚାର କୁ ନେଲେ ନାହି।”

Continue Reading

ପରିବେଶ

ଭୁବନେଶ୍ୱର ସଫେଇ କର୍ମୀଙ୍କୁ ସମ୍ବର୍ଦ୍ଧନା

Published

on

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ଆଦିବାସି ସଂସ୍ଥା “ଆଦିମ୍‌ ଅୱାର ଜାର୍ପା” ତରଫରୁ ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ ୧୪ ନମ୍ବର ୱାର୍ଡର ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। କୋଭିଡ-୧୯ ସମୟରେ ନିଜ ଜୀବନକୁ ବାଜି ଲଗାଇ ୱାର୍ଡକୁ ସଫା ସୁତୁରା ରଖିବା ଦିଗରେ ସହାୟକ ହୋଇ ଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧନା ଦେବା ପୂର୍ବକ ଡାଲି, ଚାଉଳ, ତେଲ, ଲୁଣ ଏବଂ ସାବୁନ ଇତ୍ୟାଦି ବଣ୍ଟନ କରା ଯାଇଥିଲା।

ସଂସ୍ଥାର ସଭାପତି କାରୁ ମୁର୍ମୁଙ୍କ ନେତୃତ୍ବରେ ସମ୍ବର୍ଦ୍ଧନା ଏବଂ ବଣ୍ଟନ କାର୍ଯ୍ୟ ପରିଚାଳନା କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ମନୋଜ ମାର୍ଣ୍ଡି, ରବି ନାରାୟଣ ସୋରେନ, ସାବୁଆ ମାଝୀ, ଭବାନୀ ଶଙ୍କର ସୋରେନ, ଜ୍ଞାନେନ୍ଦ୍ର ମାର୍ଣ୍ଡି, ଦାଶରଥି ସୋରେନ, ବିରେନ୍ଦ୍ର ମାଝୀ, ଘାସିରାମ ବାସ୍କେ ପ୍ରମୁଖ ଯୋଗଦାନ କରିଥିଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions