ଦେଶ ବିଦେଶ

ସୁପ୍ରିମକୋର୍ଟଙ୍କ ରାୟ : ଲିଭ-ଇନ ପାର୍ଟନରସିପ ଦୁଷ୍କର୍ମ ନୁହେଁ

Published

on

ନୂଆଦିଲ୍ଲୀ ୩/୧ : ଲିଭ-ଇନ ପାର୍ଟନରସିପରେ ରହୁଥିବା ପୁରୁଷ ଯଦି କୋ÷ଣସି କାରଣରୁ ସେହି ମହିଳାଙ୍କୁ ବିବାହ ନ କରିପାରିବେ ତେବେ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆସିପାରିବ ନାହିଁ । ପୂର୍ବରୁ ଦୁହେଁ ସହମତି ଭିତ୍ତିରେ ଏକତ୍ର ରହିଥିବାରୁ ମହିଳା ଜଣକୁ ଦୁଷ୍କର୍ମ କରାଯିବାର ଯଥାର୍ଥତା ପ୍ରମାଣ କରିବା ସହଜ ନୁହେଁ ବୋଲି ସୁପ୍ରିମକୋର୍ଟ ପୁଣିଥରେ ସ୍ପଷ୍ଟ କରିଦେଇଛନ୍ତି । ଲିଭ-ଇନ ପାର୍ଟନରସିପରେ ଦୈହିକ ସମ୍ପର୍କ ଅବୈଧ ନୁହେଁ ବୋଲି କିଛିମାସ ତଳେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଥିଲେ ।
ଜଷ୍ଟିସ ଏକେ ସିକ୍ରି ଓ ଏସ୍ ଅବଦୁଲ ନଜିରଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇ କହିଛନ୍ତି ଯେ, ଲିଭ-ଇନ ପାର୍ଟନରସିପରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ମାମଲାଗୁଡ଼ିକର ଅତି ସତର୍କତାର ସହ ବିଚାର କରିବାକୁ ପଡ଼ିବ । ସମ୍ପୃକ୍ତ ମହିଳା ଜଣକ ପ୍ରକୃତରେ ବିବାହ କରିବାକୁ ଚାହୁଁଛନ୍ତି କି ନିଜ ପୁରୁଷ ବନ୍ଧୁଙ୍କୁ ବ୍ଲାକମେଲ କରିବାକୁ ଚାହୁଁଛନ୍ତି ଅଥବା ମହିଳାଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ଅଛି ପ୍ରଥମେ ସେଗୁଡ଼ିକୁ ପରଖି ଦେଖିବାର ଜରୁରୀ ଆବଶ୍ୟକତା ରହିଛି । ଅବଶ୍ୟ ସ୍ଥଳବିଶେଷରେ ପୁରୁଷ ବନ୍ଧୁଙ୍କର ମନ୍ଦ ଉଦ୍ଦେଶ୍ୟ ଥିବା ଜଦି ପ୍ରମାଣିତ ହୁଏ ତେବେ ସେ କ୍ଷେତ୍ରରେ ହିଁ ଦୁଷ୍କର୍ମ ମାମଲା ଚାଲିପାରିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version