ରାଜ୍ୟ

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

Published

on

ପୁରୀ ୩୦/୪ : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ ଆଜି । ବିଚାରପତି ଏସସି ବବଡେ, ବିଚାରପତି ନବୀନ ସିହ୍ନା ଓ ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରାଯିବ । ଏହି ମାମଲାରେ ଆମିକସ୍ କ୍ୟୁରୀ ଭାବେ ଅଦାଲତଙ୍କୁ ସହାୟତା କରୁଥିବା ବରିଷ୍ଠ ଆଇନଜୀବୀ ରଂଜିତ୍ କୁମାର ଶ୍ରୀମନ୍ଦିର ପରିଦର୍ଶନ କରିବା ପରେ ଗତ ମାସ ୫ ତାରିଖରେ ଯେଉଁ ରିପୋର୍ଟ ଓ ସୁପାରିଶ କରିଥିଲେ ଆଜି କୋର୍ଟ ତା ନେଇ ଶୁଣାଣି କରିବେ ।
ଆମିକସ କ୍ୟୁରୀଙ୍କ ରିପୋର୍ଟରେ ପୁରୀ ଜିଲ୍ଲା ଜଜଙ୍କ ୮ରୁ ୯ଟି ସୁପାରିଶ କାର‌୍ୟ୍ୟକାରୀ ହୋଇଥିବା କହିଥିଲେ । ଦାନ ଦକ୍ଷିଣା ରୋକାଯାଇ ପାରିଲେ ଶ୍ରୀମନ୍ଦିର ଆୟ ବୃଦ୍ଧି ପାଇବ ଓ ସମସ୍ତ ସମସ୍ୟାର ଦୂରୀକରଣ ସହ ବିନା ବାଧାରେ ଶ୍ରଦ୍ଧାଳୁ ଓ ଭକ୍ତ ଶୃଙ୍ଖଳିତ ଦର୍ଶନ କରିପାରିବେ ବୋଲି ସେ ରିପୋର୍ଟରେ ଉଲ୍ଲେଖ କରିଥିଲେ । ପୁରୀ ଶ୍ରୀମନ୍ଦିର ସହିତ ଦେଶର ବିଭିନ୍ନ ମନ୍ଦିର ଓ ଧର୍ମପୀଠର ପରିଚାଳନା ଦାୟିତ୍ୱରେ ସରକାରୀ ଅଧିକାରୀ ରହିଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version