National

ସୁବ୍ରତ ସାହୁଙ୍କୁ ଛତିଶଗଡର ମୁଖ୍ୟ ଶାସନ ସଚିବ ଅତିରିକ୍ତ ଦାୟିତ୍ୱ ପ୍ରଦାନ

Published

on

ରାୟପୁର( ଛତିଶଗଡ଼) : ସୁବ୍ରତ ସାହୁ, ୧୯୯୨ ମସିହା ବ୍ୟାଚର ଆଇ.ଏ.ଏସ. ଅଧିକାରୀ, ଛତିଶଗଡ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦର ଅତିରିକ୍ତ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି |

ସାହୁ ଏବେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ କାର୍ଯ୍ୟାଳୟର ଦାୟିତ୍ୱ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୃହ ଓ ଜେଲପ୍ରଶାସନ, ଶକ୍ତି, ଇଲେକ୍ଟ୍ରୋନିକ୍ସ, ଆଇ.ଟି,ବାଣିଜ୍ୟ ଏବଂ ଶିଳ୍ପ ଆଦି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଉଛନ୍ତି।

ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟ ଗତ କାରଣରୁ ଛୁଟି ରେ ଯାଇଥିବା ହେତୁ ତାଙ୍କ ସ୍ଥାନରେ ସାହୁଙ୍କୁ ନିଯୁକ୍ତ କରାଯାଇଥିବାର ସରକାରୀ ବିଜ୍ଞପ୍ତି ନାମା ସାଧାରଣ ପ୍ରଶାସନ ବିଭାଗରୁ ପ୍ରକାଶ ପାଇଛି |

ପୂର୍ବରୁ ସେ ଛତିଶଗଡ ସାହୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଦକ୍ଷତା ଓ ସ୍ୱଚ୍ଛତାର ସହିତ ନିର୍ବାଚନ ପରିଚାଳନା କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି | ନିଜର ଅନନ୍ୟ ପାରଦର୍ଶିତା ଓ ଉଚ୍ଚକୋଟୀର କାର୍ଯ୍ୟକୁଶଳତା ପାଇଁ ସାହୁ ପ୍ରଶାସନିକ ମହଲରେ ବେଶ ସୁନାମ ଅର୍ଜନ କରିଛନ୍ତି | ସେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁଙ୍କର ସୁପୁତ୍ର ଅଟନ୍ତି |

Leave a Reply

Your email address will not be published. Required fields are marked *

Trending

Exit mobile version