ଅପରାଧ

ସୁରକ୍ଷା କର୍ମୀଙ୍କୁ ବୀଭତ୍ସ ହତ୍ୟା

Published

on

ଭୁବନେଶ୍ୱର ୨୮/୩ : ଭୁବନେଶ୍ୱରରେ ଜଣେ ସିକ୍ୟୁରିଟି ଗାର୍ଡକୁ ହତ୍ୟା କରାଯାଇଛି । ସଂପୃକ୍ତ ସୁରକ୍ଷା କର୍ମୀ ଏକ ମାର୍ବଲ ଦୋକାନରେ କାମ କରୁଥିଲେ । ଦୋକାନ ପଛପଟୁ ଏକ ଘର ଭିତରୁ ସଂପୃକ୍ତ ସୁରକ୍ଷା କର୍ମୀଙ୍କ ବେକକଟା ମୃତଦେହକୁ ଉଦ୍ଧାର କରାଯାଇଛି । ସଂପୃକ୍ତ ସୁରକ୍ଷା ଗାର୍ଡ କଟକ ଜିଲ୍ଲା କୁସୁମାର ଗଦାଧର ସ୍ୱାଇଁ ବୋଲି ଜଣାପଡିଛି ।
ଗତକାଲି ଅପରାହ୍ନ ୫ ଟାରୁ ଗଦାଧର ଦୋକାନକୁ ଡ୍ୟୁଟି ପାଇଁ ଆସିଥିଲେ । ଆଜି ସକାଳୁ ଘରେ ନପହଂଚିବାରୁ ଖୋଜାଖୋଜି କରିବା ପରେ ଗଦାଧରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉତ୍ୟକ୍ତ ଲୋକେ ଘଟଣା ପରେ କଟକ-ଭୁବନେଶ୍ୱର ରାଜପଥ ଅବରୋଧ କରିଥିଲେ । ପୋଲିସ ହତ୍ୟାକାଣ୍ଡର ତନାଘନା କରୁଛି । କାରଣ ଏ ଯାଏଁ ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version