ଅନନ୍ତନାଗ ୧୮/୬ : ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ସେନା ମେଜର ସହିଦ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନ ମାନେ ଶ୍ରୀନଗର ୯୧ ବେସ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।
ସୂଚନା ଅନୁଯାୟୀ, ଅନନ୍ତନାଗର ଅଚବଲ ଅଂଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂପର୍କରେ ଗୁଇନ୍ଦା ସୂତ୍ରରୁ ଖବର ପାଇବାପରେ ସୁରକ୍ଷାକର୍ମୀ ମାନେ ସଂପୃକ୍ତ ଅଂଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରିଥିଲେ । ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସେନାଙ୍କ ଉପରକୁ ଅଚାନକ ଆତଙ୍କବାଦୀ ମାନେ ଗୁଳିଚାଳନା କରିଥିଲେ । ପରେ ସୁରକ୍ଷାକର୍ମୀ ମଧ୍ୟ ଆତଙ୍କବାଦୀଙ୍କୁ ପାଲଟା ଜବାବ ଦେଇଥିଲେ । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେପଟେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ମେଜର ସହିଦ ହେଇଛନ୍ତି ।