ଅପରାଧ

ସେକ୍ସ ରାକେଟ ଠାବ : ୫ ଗ୍ରାହକ ଗିରଫ

Published

on

ରାୟଗଡ଼ା ୧୫ : ଏକ ଭଡ଼ା ଘରେ ଟାଉନ ଥାନା ପୋଲିସ ଏକ ସେକ୍ସ ରାକେଟ୍ ଠାବ କରିଛି ।
ରାୟଗଡ଼ା ଜିଲ୍ଲା ଟାଉନ ଥାନା ପୋଲିସ ସାଇପ୍ରିୟା ନଗରରୁ ଆଜି ଏକ ସେକ୍ସ ରାକେଟ୍ ଠାବ କରିଛି । ଏହି ଘଟଣାରେ ପୋଲିସ ୫ଜଣ ଯୁବକଙ୍କ ସହିତ ଜଣେ ଦେହଜିବୀଙ୍କୁ ଗିରଫ କରିଛି । ଜନଶୂନ୍ୟ ସ୍ଥାନରେ ଥିବା ଏକ ଭଡ଼ା ଘରେ ଅନୈତିକ ଭାବେ ଚାଲିଥିବା ଏହି ସେକ୍ସ ରାକେଟ ଉପରେ ପୋଲିସ ରେଡ଼ କରିଛି । ଗିରଫ ଅଭିଯୁକ୍ତଙ୍କ ପରିଚୟ ସ୍ପଷ୍ଟ କରାଯାଇନାହିଁ । ହେଲେ ଏ ଘଟଣାରେ ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version