ମୟୁରଭଞ୍ଜ ୩/୪ : ସେବାଶ୍ରମର ଖାଦ୍ୟ ଖାଇ ୫୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ଚିକତ୍ସା ପାଇଁ ଡ଼ୁକୁରା ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା କମଳୀ ସେବାଶ୍ରମର ଖାଦ୍ୟ ଖାଇ ୫୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ଗତକାଲି ରତ୍ରି ଭୋଜନ ପରେ ଛାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ । ସେମାନଙ୍କୁ ଡ଼ୁକୁରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ପାଇଁ ବାରିପଦାରୁ ଡାକ୍ତରୀ ଟିମ ପଠାଯାଇଛି ।