ଆନନ୍ଦପୁର ୧୬/୧୨ : ସେଲ୍ଫି ପୁଣି ଏକ ଜୀବନ ନେଇଛି । ରବିବାର ବୈତରଣୀ ନଦୀ ନିକଟରେ କେତେକ ଯୁବକ ସେଲ୍ଫି ନେଉଥିବାବେଳେ ସେମାନଙ୍କ ମଧ୍ୟରୁ ନଦୀରେ ପଡ଼ି ଜଣେ ପ୍ରାଣ ହରାଇଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଯେ, କଟକ ବୋଷ ଇଞ୍ଜିନିୟରିଂ କଲେଜର ୩ ଜଣ ଛାତ୍ର ବିଭୂପ୍ରସାଦ ବେହେରା, ବିଭୂପାଦାନନ୍ଦ ପ୍ରଧାନ ଓ ବୈଲୋଚନ ସାମଲ ଘଟଗାଁ ତାରିଣୀ ବୁଲିବାକୁ ଯାଇଥିଲେ । ସେଠାରୁ ସେମାନେ ଫେରିବା ବେଳେ ଆନନ୍ଦପୁର ବ୍ୟାରେଜ ବୁଲି ଦେଖିଥିଲେ । ଏହି ସମୟରେ ବୈତରଣୀ ନଦୀ କଡ଼ରେ ସେଲ୍ଫି ନେବା ସମୟରେ ବୈଲୋଚନ ନଦୀ ଭିତରେ ଖସି ପଡ଼ିଥିଲେ । ଆନନ୍ଦପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ମଧ୍ୟ ଶବ ଉଦ୍ଧାର କରାଯାଇପାରିନାହିଁ । ଏହି ଛାତ୍ରମାନେ ଯାଜପୁର ବିଞ୍ଝାରପୁର ଅଂଚଳର ବୋଲି ସୂଚନା ମିଳିଛି ।