More

ସୋଆ ପକ୍ଷରୁ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ

Published

on

ଭୁବନେଶ୍ୱର: ବିଶ୍ୱ ସିଜୋଫ୍ରେନିଆ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ଅନ୍ତର୍ଗତ ମାନସିକ ରୋଗ ବିଭାଗ ଏବଂ ଭାରତୀୟ ମାନସିକ ସ୍ୱାସ୍ଥ୍ୟ ସଂଗଠନ (ଓଡ଼ିଶା ଶାଖା )ର ମିଳିତ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ସୋଆର ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବା ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି ସଚେତନତା ମୂଳକ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ସୂଚନା ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଭାରତୀୟ ମାନସିକ ସ୍ୱାସ୍ଥ୍ୟ ସଂଗଠନ ଓଡିଶା ଶାଖାର ସଭାପତି ତଥା ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମାନସିକ ରୋଗ ବିଭାଗର ମୁଖ୍ୟ ଡାକ୍ତର ସୁରଜିତ ସାହୁ ଯୋଗ ଦେଇ ମାନସିକ ରୋଗୀ ମାନଙ୍କର କିଭଳି ଯତ୍ନ ନିଆଯାଇ ପାରିବ ସେ ନେଇ ସୂଚନା ଦେଇଥିଲେ।
ଯାଆଁଳା ସ୍ଥିତ ମଦର ଟେରେସା ମିଶନାରୀ ଅଫ ଚାରିଟି ଅନୁଷ୍ଠାନରେ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ସୋଆ ତରଫରୁ ଟ୍ରଷ୍ଟରେ ଥିବା 300 ରୁ ଉର୍ଧ୍ଵ ଅନ୍ତେବାସୀ ତଥା ମାନସିକ ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।
ପ୍ରତିମାସ ଏହି ଟ୍ରଷ୍ଟକୁ ଆସି ମାନସିକ ରୋଗୀ ମାନଙ୍କର ସ୍ବେଛାକୃତ ଭାବେ ଚିକିତ୍ସା କରୁଥିବା ସମ ହସ୍ପିଟାଲର ମାନସିକ ରୋଗ ବିଭାଗର ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ସହ ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ଆଇଏମଏସ ଏବଂ ସମ ହସ୍ପିଟାଲ ପରିସରରେ ମଧ୍ୟ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଅଡିସନାଲ ଡିନ ପ୍ରଫେସର ଅଜୟ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରୋଗର ସଚେତନତା ଓ ନିରାକରଣ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ।
ଚଳିତ ବର୍ଷର ସିଜୋଫ୍ରେନିଆ ଦିବସର ପ୍ରସଙ୍ଗ ରହିଛି ‘ଡୁ ହ୍ବାଟ ୟୁ କାନ ଡୁ ‘। ଏହି ମାନସିକ ରୋଗକୁ କଳଙ୍କ ନ ଭାବି କିଭଳି ଏହି ରୋଗୀ ମାନଙ୍କର ଯତ୍ନ ନିଆଯାଇପାରିବ ଏବଂ ଏହି ରୋଗୀ ମନେ ଯେଭଳି ଗୁଣିଆ ମାନଙ୍କ ହାବୁଡ଼ରେ ନପଡ଼ି ଡାକ୍ତରଙ୍କ ଠାରୁ ଉପଯୁକ୍ତ ଚିକିତ୍ସା ପାଇପାରିବେ ସେ ଦିଗରେ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା।
ଆୟୋଜିତ କାର୍ଯ୍ୟକ୍ରମ ରେ ବିଭାଗ ମୁଖ୍ୟ ଡାକ୍ତର ସୁରଜିତ ସାହୁ, ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର, ଡାକ୍ତର ଜିତେନ୍ଦ୍ରିୟ ବିଶ୍ୱାଳ, ଡାକ୍ତର ରାଜେଶ ମହାନ୍ତି,ଡାକ୍ତର ସ୍ନେହଂଶୁ ଦେ, ଡାକ୍ତର ଅମୀୟ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ବିଭାଗର ପିଜି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଚେତନତା ମୂଳକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା।
ଶେଷରେ ଡାକ୍ତର ସୋମ୍ୟ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version