ଶ୍ରୀନଗର ୧୧/୧୨ : ଜାମ୍ମୁକାର୍ଶ୍ମୀରର ସୋପିଆଁ ଜିଲ୍ଲାରେ ମଙ୍ଗଳବାର ଆତଙ୍କବାଦୀମାନେ ପୋଲିସ ଉପରକୁ ଅତର୍କିତ ଗୁଳି ଚଳାଇବା ଫଳରେ ୩ ଜଣ ଯବାନ ସହୀଦ ହୋଇଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି । ସୋପିଆଁର ଜନପୋରା ଅଂଚଳରେ ଆଜି ଦ୍ୱିପ୍ରହରେ ଏଭଳି ଆକ୍ରମଣ ହୋଇଥିଲା । ଆତଙ୍କବାଦୀମାନେ ଅଚାନକ ପୋଲିସ ଉପରକୁ ଗୁଳି ଚଳାଇବା ଫଳରେ ପୋଳିସ ପ୍ରତିଆକ୍ରମଣ କରିବା ପାଇଁ ସମୟ ପାଇନଥିଲା । ଆତଙ୍କବାଦୀମାନେ ପୋଲିସ ଠାରୁ ୪ଟି ବନ୍ଧୁକ ଛଡ଼ାଇ ଫେରାର ହୋଇଯାଇଥିଲେ ।