ବରଗଡ଼ ୨୮/୧୧ : ବରଗଡ଼ ଜିଲ୍ଲାର ସୋହେଲାରେ ବୁଧବାର ବନ୍ଦ ପାଳନ କରାଯାଇଛି । ଫଳରେ ସ୍ୱାଭାବିକ ଜୀବନଯାତ୍ରା ବହୁ ଅଂଶରେ ବ୍ୟାହତ ହୋଇଛି । ସୋହେଲାକୁ ସବ୍ଡିଭିଜନ ମାନ୍ୟତା ପ୍ରଦାନ ଦାବିରେ ସ୍ଥାନୀୟ ନାଗରିକ କମିଟି ପକ୍ଷରୁ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଥିଲା । ଲୋକମାନେ କିଛିଟା ଅସୁବିଧାର ସମ୍ମୁଖୀନ ହୋଇଥିଲେ ହେଁ, ବନ୍ଦ ପ୍ରତି ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ସହରର ସମସ୍ତ ଦୋକାନବଜାର ବନ୍ଦ ରହିଥିଲା । କୋ÷ଣସି ଚାରି ଚକିଆ ଗାଡ଼ି ଚଳାଚଳ କରୁନଥିବ ବେଳେ ଦୁଇଚକିଆ ଗାଡ଼ି କାଁ ଭାଁ ଚଳାଚଳ କରୁଥିଲା । ବନ୍ଦ ବେଳେ କୋ÷ଣସି ଅପ୍ରୀତିକର କାଣ୍ଡ ଘଟିନାହିଁ ।