ବୈାଦ୍ଧ ୫/୪ : ମନମୁଣ୍ଡା ନିକଟରେ ଟ୍ରାକ୍ଟରଟି ସ୍କୁଟିକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ବୈାଦ୍ଧ ଜିଲ୍ଲା ମନମୁଣ୍ଡା ନିକଟରେ ଶଗଡ଼ା ରାସ୍ତା ଉଚ୍ଚବାହାଲି ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଉକ୍ତ ରାସ୍ତାରେ ଯାଉଥିବା ଏକ ଟ୍ରାକ୍ଟରଟି ବୀପରୀତ ଦିଗରେ ଆସୁଥିବା ସ୍କୁଟିକୁ ଧକ୍କା ଦେଇଛି । ଯାହା ଫଳରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଛି । ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି । ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଘଟିଛି । ତିନିଜଣ ସ୍କୁଟି ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ମେଡ଼ିକାଲକୁ ପଠାଯାଇଛି ।