ଝାରସୁଗୁଡ଼ା ୧୨/୧ : ଝାରସୁଗୁଡ଼ାରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି । ଜଣେ ଛାତ୍ରୀ ସ୍କୁଟି ଚଲାଇ ଯାଉଥିବାବେଳେ ଇକୋ ପାର୍କ ଛକ ନିକଟରେ ଏକ ଟ୍ରାକ୍ଟର ସହ ତାଙ୍କର ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ଛାତ୍ରୀ ଜଣକ ପ୍ରାଣ ହରାଇଥିଲେ । ସ୍କୁଟି ପଛରେ ବସିଥିବା ଛାତ୍ର ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯିବା ପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।