ଅପରାଧ

ସ୍କୁଲରୁ ଘରକୁ ଯିବା ରାସ୍ତାରୁ ଉଠାଇ ନେଇ ଛାତ୍ରୀଙ୍କୁ ଦୁଷ୍କର୍ମ

Published

on

ଗଜପତି, ୨୦/୨ : ପୁଣି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ସ୍କୁଲରୁ ଘରକୁ ଯିବା ରାସ୍ତାରୁ ଉଠାଇ ନେଇ ରାମଗିରି ଥାନା ଅଂଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି । ନନ୍ଦୁ ରଇତ ନାମକ ଯୁବକ ନାବାଳିକୁ ଦୁଷ୍କର୍ମ କରିଥିଲା ।
ଗଜପତି ଜିଲ୍ଲା ରାମଗିରି ଥାନା ଅଂଚଳରେ ଦିନବେଳା ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲ ଯାଉଥିବା ସମୟରେ ଉଠାଇ ନେଇ ଦୁଷ୍କର୍ମ କରିଛି ଜଣେ ଯୁବକ । ଘଟଣା ବିଷୟରେ ନାବାଳିକା ଜଣକ ଘରେ ଜଣାଇଥିଲେ । ଏନେଇ ପୀଡ଼ିତାଙ୍କ ଦାଦା ରାମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତନାଘନା କରିବା ପରେ ଅଭିଯୁକ୍ତ ଯୁବକକୁ ଥାନାରେ ରଖି ପଚରାଉଚରା କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *

Trending

Exit mobile version