ରାଜ୍ୟ

ସ୍କୁଲରେ ୧୦ରୁ କମ ପିଲା : ବନ୍ଦ ହେବ ୭ ବିଦ୍ୟାଳୟ

Published

on

ଖୋର୍ଦ୍ଧା ୯/୬ : ବାଣପୁର ବ୍ଲକ୍‌ର ୭ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ଥ ବିଦ୍ୟାଳୟମାନଙ୍କରେ ସାମିଲ କରାଯିବାର ବ୍ୟବସ୍ଥା କରାଯାଇଛି । ଫଳରେ ବନ୍ଦ ହୋଇଯାଇଥିବା ସ୍କୁଲ ଗୁଡିକର ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଅପରପକ୍ଷେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶ୍ରେଣୀଗୃହଗୁଡ଼ିକ ବିଦ୍ୟାଳୟ ବନ୍ଦ ହେବା ପରେ କିପରି ବ୍ୟବହାର କରାଯିବ ସେ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି ।
ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ପ୍ରାୟ ୧୫୦ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ, ବ୍ଲକ ଗ୍ରାଣ୍ତ ଓ ଅନ୍ୟାନ୍ୟ ବିଦ୍ୟାଳୟମାନ ରହିଛି । ସେଥିମଧ୍ୟରୁ ୭ଟି ସ୍କୁଲରେ ୧୦ରୁ କମ ପିଲା ପଢୁଥିବା ବାଣପୁର ଶିକ୍ଷା ବିଭାଗ କାର‌୍ୟ୍ୟାଳୟ ତରଫରୁ ଜଣାଯାଇଛି । ଭୁଜିଆରାମପୁର ପ୍ରାଥମିକ ସ୍କୁଲରେ ୫ଜଣ, ଦିକ୍ଷିତ୍‌ପଡା ଉଚ୍ଚପ୍ରାଥମିକ ସ୍କୁଲରେ ୮ଜଣ, ଖୁଣ୍ଟପଲ୍ଲୀ ପ୍ରାଥମିକ ସ୍କୁଲରେ ୧୦ଜଣ, ସଲପଡିହ ନେହେରୁ ହରିଜନସାହି ସରକାରୀ ସ୍କୁଲରେ ୧୦ଜଣ, ନାଚୁଣୀ ସ୍ଥିତ ଝୋଲାସାହି ପ୍ରାଥମିକ ବିଦ୍ୟାଳୟରେ ୮ଜଣ, ବଡହନ୍ତୁଆଡ ମାଦ୍ରାସା ଇସ୍‌ଲାମି ସ୍ଲୁଲରେ ୯ଜଣ ଛାତ୍ର ଛାତ୍ରୀ ପଢୁଥିବା ଜଣାପଡିଛି । ବାଗୁଡା ପ୍ରାଥମିକ ବିଦ୍ୟାଳୟରେ ୨ ଜଣ ଛାତ୍ର ଥିବା ବେଳେ ସେଠାରେ ୨ଜଣ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଶ ଚର୍ଚ୍ଚାର ବିଷୟ ହୋଇଛି ।
ବାଣପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ଦାମିଆବରବରା ପଞ୍ଚାୟତର ବାଗୁଡା ଗ୍ରାମ । ଏହା ୧୬ନମ୍ବର ଜାତୀୟ ରାଜପଥଠାରୁ ପ୍ରାୟ ୩୨କିଲୋମିଟର , ବାଣପୁର ତହସିଲଠାରୁ ୨୮ କିଲୋମିଟର ଦୂର । ଏହି ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି ସରକାର ବିଭିନ୍ନ ସ୍ଥାନମାନଙ୍କରେ ବିଦ୍ୟାଳୟମାନ ନିର୍ମାଣ କରିଛନ୍ତି । କିନ୍ତୁ ସରକାରଙ୍କ ଆଖିରେ ଧୂଳି ଦେଇ ଶିକ୍ଷାବିଭାଗକୁ ଠକିବା ନିମନ୍ତେ ଉକ୍ତ ସ୍କୁଲରେ ଛାତ୍ରଛାତ୍ରୀ ନ ଥିବା ସ୍ଥାନରେ ମିଥ୍ୟା ଉପସ୍ଥାନ ଦର୍ଶାଇ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆବଶ୍ୟକିୟ ଗୃହ ନିର୍ମାଣ କରି ସଂପୃକ୍ତ ବିଭାଗର ଅଧିକାରୀଙ୍କ ସହ ସଲାସୁତୁରା କରି ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିିବା ଆଲୋଚନା ହେଉଛି । ଏହା ଜଣା ପଡ଼ିବା ପରେ କର୍ତ୍ତୃପକ୍ଷ ୧୦ ଜଣ ଛାତ୍ରଛାତ୍ରୀ ଅନ୍ୟ ସ୍କୁଲରେ ପଢ଼ିବା ପାଇଁ ଟିସି ନେଇ ଯାଇଥିବାରୁ କେବଳ ୨ଜଣ ବିଦ୍ୟାର୍ଥୀ ଥିବା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version