ଭଦ୍ରକ ୧୩/୧୨ : ଭଦ୍ରକ ଜିଲ୍ଲା କୁଲଣାମୈତ୍ରୀ ଉଚ୍ଚ ବିଦ୍ୟାଳୟର ପାଚେରୀ ହଠାତ୍ ଭାଙ୍ଗିପଡ଼ିବା ଫଳରେ ଦୁଇଜଣ ଛାତ୍ର ଆହତ ହୋଇଛନ୍ତି । ଗୁରୁବାର ସ୍କୁଲ ଚାଲିଥିବାବେଳେ ଏଭଳି ଅଘଟଣ ଘଟିଛି । ଆହତ ଛାତ୍ର ଦ୍ୱୟଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ କରାଯିବ ବୋଲି ଶିକ୍ଷା ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।