ସୁନ୍ଦରଗଡ ୨୯/୩ : ଜଣେ ସ୍ୱାମୀ ତାର ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି । ପୋଲିସ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି । ସୁନ୍ଦରଗଡ ଟାଉନ ଥାନା ଭବାନୀପୁର ଟେଲାକୋଛାପଲ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାରୀ ଜଣକ ହେଉଛନ୍ତି ମୁନକୁ ବାଗ ଏବଂ ମୃତ୍ୟୁବରଣ କରିଥିବା ସ୍ତ୍ରୀ ହେଉଛନ୍ତି ଚମ୍ପା ବାଗ । ଗତକାଲି ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଏକ କାରଣରୁ ଝଗଡା ହୋଇଥିଲା । ଏହି ଝଗଡାରେ ସ୍ୱାମୀ ଅଧିକ ମାତ୍ରାରେ ରାଗିଯାଇ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲା ।