ମୟୁରଭଞ୍ଜ ୨୦/୨ : ବହଳଦା ଥାନା କାଙ୍କି ଗାଁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀକୁ ପିଟି ପଟି ହତ୍ୟା କରିବା ପରେ ଆତ୍ମସମର୍ପଣ କରିଛି ହତ୍ୟାକରୀ ସ୍ୱାମୀ ।
ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା କାଙ୍କି ଗାଁରେ ପରିବାରିକ କଳିକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ରାକ୍ଷସ ସ୍ୱାମୀ ରାଗି ଯାଇ ସ୍ତ୍ରୀକୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଛି । ଅଭିଯୁକ୍ତ ସ୍ତ୍ରୀକୁ ହତ୍ୟା କରି ବହଳଦା ଥାନାରେ ନିଜକୁ ଆତ୍ମସମର୍ପଣ କରିଛି । ଦୁହିଁଙ୍କ ମଧ୍ୟରେ କଳହ ପରେ କଥା କଟାକଟି ହେବାରୁ ସ୍ତ୍ରୀକୁ ମାରିଦେଇଥିବା ସୂଚନା ଦେଇଛି ଅଭିଯୁକ୍ତ ସ୍ୱାମୀ ।