ଅପରାଧ

ସ୍ତ୍ରୀ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଲା ସ୍ବାମୀ

Published

on

ମାର୍ଶାଘାଇ ୧୦/୬ : ସ୍ତ୍ରୀ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଛି ସ୍ବାମୀ । ମାଶାର୍ଘାଇ ଥାନା ଅର୍ନ୍ତଗତ ମହାକାଳପଡା ବ୍ଲକ ଅଧୀନ ସାନଗାଁ ଗ୍ରାମରେ ଘଟିଥିବା ଏଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅର୍ନ୍ତଗତ ବଳରାମପୁର ଗ୍ରାମର ପୁରୁଷୋତ୍ତମ ତରାଇଙ୍କ ଝିଅ ଭଗବତୀ(୩୫) ୧୫ବର୍ଷ ତଳେ ଏହି ଥାନା ଅଧୀନ ସାନଗାଁ ଗ୍ରାମର ପଦନ ବେହେରାଙ୍କୁ ବିବାହ କରିଥିଲେ। ସେମାନଙ୍କ ୧୪ ବର୍ଷର ଝିଅ ଓ ୧୨ ବର୍ଷର ପୁଅଟିଏ ଅଛି।
ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପଇସାପତ୍ରକୁ ନେଇ ବହୁ ସମୟରେ ଝଗଡା ହେଉଥିଲା। ଏପରିକି ପଦନ ସ୍ତ୍ରୀକୁ ବିଭିନ୍ନ ସମୟରେ ନିର‌୍ୟ୍ୟାତନା ଦେଇ ଆସୁଥିଲେ। ଅନେକ ଥର ଭଦ୍ରଲୋକ ଓ ବନ୍ଧୁବାନ୍ଧବ ବୁଝାବୁଝି କରିବାପରେ ବି କୌଣସି ସୁଫଳ ମିଳିନାହିଁ। ଦୁଇଦିନ ତଳେ ପଦନ ସ୍ତ୍ରୀକୁ ପଇସା ମାଗିଥିଲେ। ନ ଦେବାରୁ ସେ ସ୍ତ୍ରୀକୁ ଖାଇବାକୁ ନ ଦେଇ ମାଡ଼ ମାରିଥିଲେ। ଆଜି ସକାଳେ ସ୍ତ୍ରୀ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଭଗବତୀଙ୍କ ଭାଇ ପ୍ରଶାନ୍ତ ତରାଇ ମାଶାର୍ଘାଇ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version