ରାଜ୍ୟ

ସ୍ଥାୟୀ ବେଂଚ ଦାବି : ଆଇନ୍ଜୀବୀଙ୍କ ଜିଲ୍ଲାପାଳ ଅଫିସ ଘେରାଉ

Published

on

ବଲାଙ୍ଗିର ୪/୧୨ : ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଗତ ସୋମବାର ଦିନ ବଲାଙ୍ଗିର ବନ୍ଦ କରାଯାଇଥିବାବେଳେ ମଙ୍ଗଳବାର ସ୍ଥାନୀୟ ଓକିଲ ଓ ଅନ୍ୟ କେତେକ ସଂଗଠନର କର୍ମକର୍ତ୍ତା ଅଦାଲତ ଓ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି । ମଙ୍ଗଳବାର ବଲାଙ୍ଗିରରେ ଦୋକାନ-ବଜାର, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ କାର୍ଯ୍ୟାଳୟ ଖୋଲା ଥିବାବେଳେ ଗାଡ଼ି ଚଳାଚଳ ମଧ୍ୟ ସ୍ୱଭାବିକ ହୋଇଛି । କିନ୍ତୁ ଅଦାଲତ ଓ ଜିଲ୍ଲାପାଳ ଅଫିସ କାର୍ଯ୍ୟ ବନ୍ଦ ହୋଇଛି । ବଲାଙ୍ଗିରର ଓକିଲମାନେ ଆସନ୍ତା ସୋମବାର ପର୍ଯ୍ୟନ୍ତ ଆନ୍ଦୋଳନ କରି ଅଦାଲତ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଚଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version