ରାଜନୀତି

ସ୍ଥାୟୀ ବେଂଚ ପ୍ରତିଷ୍ଠା ଲାଗି କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

Published

on

ଭୁବନେଶ୍ୱର ୧୧/୧ : ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଦୁଇ ଅଂଚଳରେ ସ୍ଥାୟୀ ବେଂଚ ପ୍ରତିଷ୍ଠା ହେଲେ ସ୍ଥାନୀୟ ଲୋକମାନେ ଯଥେଷ୍ଟ ଉପକୃତ ହୋଇପାରିବେ । ଏ ଦିଗରେ ସବୁପ୍ରକାର ସହଯୋଗ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଶୀଘ୍ର ପଦକ୍ଷେପ ନେବା ଲାଗି ସେ ଆଇନମନ୍ତ୍ରୀଙ୍କୁ ଅନୁରୋଧ ଜଣାଇଛନ୍ତି । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏଥି ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ । ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କିଛିଦିନ ଧରି ଆନ୍ଦୋଳନ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version