ନୂଆଦିଲ୍ଲୀ ୧୭/୫ : କଂଗ୍ରେସର ବରିଷ୍ଠ ନେତା ଗତକାଲି ଦେଇଥିବା ବୟାନରୁ ୟୁଟର୍ଣ୍ଣ ମାରିଛନ୍ତି । ପଧାନମନ୍ତ୍ରୀ ପଦ ଛାଡିବାକୁ କଂଗ୍ରେସ ପ୍ରସ୍ତୁତ ବୋଲି ଇସାରାରେ କହିଥିଲେ ଗୁଲାମନବୀ । ହେଲେ ଆଜି ତାଙ୍କ ବୟାନ ପରିବର୍ତ୍ତନ କରି ପୁଣି ଚର୍ଚ୍ଚା ଘେରକୁ ଆସିଛନ୍ତି । ଗୁଲାମନବୀ କହିଛନ୍ତି, ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସର କୌଣସି ଇଚ୍ଛା ନାହିଁ କହିବା ଠିକ୍ ନୁହେଁ । କଂଗ୍ରେସ ସବୁଠାରୁ ବଡ଼ ରାଜନୈତିକ ଦଳ । ପାଂଚ ବର୍ଷ ସୁରୁଖୁରୁରେ ତଥା ସ୍ଥିର ଶାସନ ଚଳାଇବା ପାଇଁ ବଡ଼ ପାର୍ଟିକୁ ସୁଯୋଗ ମିଳିବା ଦରକାର । ସବୁଠାରୁ ବଡ ଦଳକୁ ନେତୃତ୍ୱ ନେବାର ମୌକା ଦିଆଯିବା ଉଚିତ । ହେଲେ ନିର୍ବାଚନର ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଧନମନ୍ତ୍ରୀ ପଦ ପାଇଁ ବର୍ତ୍ତମାନ ସମୟରେ କୌଣସି ବିବାଦ ଉତ୍ପର୍ଣ୍ଣ ହେବା ଠିକ୍ ନୁହେଁ । ସମସ୍ତଙ୍କ ସହମତିରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ଣ୍ଣୟ ନିଆଯିବ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ବୋଲି କହିଛନ୍ତି ଗୁଲାମନବୀ ।