ଭୁବନେଶ୍ୱର ୨୮/୧ : ଓଟିଭିର ସହ ପ୍ରତିଷ୍ଠାତା ଜାଗି ମଙ୍ଗତ ପଣ୍ଡା ଆଜି ବିଧାନସଭା ସ୍ୱାଧିକାର କମିଟି ନିକଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି । ଗତ ବିଧାନସଭା ଅଧିବେଶନରେ ଓଟିଭିରେ ଏକ ଖବର ପ୍ରସାରଣ ନେଇ ତାଙ୍କୁ ନୋଟିସ କରାଯାଇଥିଲା । ଏହି ଖବର ଦ୍ୱାରା ବିଧାନସଭାର ସ୍ୱାଧିକାର ଭଙ୍ଗ ହୋଇଛି ବୋଲି ଅଭିଯୋଗ କରି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ସ୍ୱାଧିକାର ପ୍ରସ୍ତାବ ଆଗତ କରିଥିଲେ । ଏହି ପ୍ରସ୍ତାବ ଅନୁଯାୟୀ ସ୍ୱାଧିକାର କମିଟି ନିକଟରେ ପକ୍ଷ ରଖିବା ପାଇଁ ଜାଗି ମଙ୍ଗତଙ୍କୁ ନୋଟିସ ଦିଆଯାଇଥିଲା । ତେବେ ଆଜି କମିଟିର ଶୁଣାଣି ଅଧା ରହିଥିବାରୁ ପରବର୍ତ୍ତୀ ସମୟରେ ଆଉଥରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହେବ ବୋଲି ସୂଚନା ମିଳିଛି ।