ରାଜ୍ୟ

ସ୍ୱାସ୍ଥ୍ୟ ସେବାରେ ଅବହେଳା : ୪ ଡ଼ାକ୍ତର ନିଲମ୍ବିତ

Published

on

ପୁରୀ ୧୮/୫ : ସ୍ୱାସ୍ଥ୍ୟ ସେବାରେ ଅବହେଳା ଅଭିଯୋଗରେ ପୁରୀ ଜିଲ୍ଲାର ୪ ଜଣ ଡ଼ାକ୍ତରଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର । ସେମାନେ ହେଲେ ଚିଲିକା-ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜାହାନା ପରବିନ୍ ଓ ଡାକ୍ତର ଜାକେଶ୍ ସାମନ୍ତରାୟ , ବ୍ରହ୍ମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)ର ଡାକ୍ତର ବାପୁଜୀ ନାୟକ , ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜସ୍ମିନ୍ ନୀଳିମା ପଣ୍ଡାଙ୍କ ଭଳି ୪ ଜଣ ଡାକ୍ତର (ସହକାରୀ ସର୍ଜନ)ଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି ।
ସୂଚନାଯୋଗ୍ୟ କି ସ୍ୱାସ୍ଥ୍ୟ ବିଭାଗର ପଦସ୍ଥ ଅଧିକାରୀମାନେ ‘ଫୋନି’ ବାତ୍ୟା ପରବର୍ତି ସ୍ୱାସ୍ଥ୍ୟସେବା କାର‌୍ୟ୍ୟ ତଦାରଖ କରିବାକୁ ପରିଦର୍ଶନରେ ଯାଇଥିବା ବେଳେ ଏହି ଡାକ୍ତରମାନେ କାର‌୍ୟ୍ୟକ୍ଷେତ୍ରରେ ଅନୁପସ୍ଥିତ ଥିଲେ । ବାତ୍ୟା ପରବର୍ତୀ ଅବସ୍ଥାରେ ପୁରୀ ଜିଲ୍ଲାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ ବିଭାଗର କମିଶନରଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପଦସ୍ଥ ଅଧିକାରୀମାନେ ଘନ ଘନ ଗସ୍ତ କରୁଛନ୍ତି । ବାତ୍ୟା ପ୍ରଭାବିତ ଅଂଚଳରେ ମହାମାରୀ ନବ୍ୟାପିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସବୁ ଉଦ୍ୟମ ଜାରି ରଖିଥିବା ବେଳେ ଏହି ଡାକ୍ତରମାନେ କାର‌୍ୟ୍ୟକ୍ଷେତ୍ରରେ ଅନୁପସ୍ଥିତ ରହିବା ଓ ଅବହେଳା ପ୍ରଦର୍ଶନ କରୁଥିବା ଦୃଷ୍ଟିକୁ ଆସିଥିଲା ।ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version