ରାଜ୍ୟ

ସଡ଼କ ଦୁର୍ଘଟଣାରେ ୪ ମୃତ

Published

on

ସୁନ୍ଦରଗଡ/କେନ୍ଦୁଝର ୧/୧୨ : ରାଜ୍ୟର ଦୁଇଟି ସ୍ଥାନରେ ଦୁଇଟି ମର୍ମତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଜଣ ପ୍ରାଣ ହରାଇଥିବାବେଳେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଦୁଇଜଣ ପ୍ରାଣ ହରାଇଛନ୍ତି । ରାଉରକେଲାର ବାଲୁହାଟ ନିକଟରେ ୧୪୩ ନଂ ଜାତୀୟ ରାଜପଥ କଡ଼ରେ ନିଜ ଟ୍ରକ୍କୁ ପାର୍କ କରି ମୁନ୍ନା ସେଠୀ ଓ ଶମ୍ଭୁ ସେଠୀ ରାସ୍ତାର ଅପରପାଶ୍ୱର୍କୁ ଯାଉଥିବାବେଳେ ସେମାନଙ୍କୁ ଏକ ଟିପ୍ପର ଧକ୍କା ଦେଇଥିଲା । ସେ ଦୁହେଁ ବାପ-ପୁଅ ବୋଲି ଜଣାଯାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି ।
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବରୋଇଗୋଡ଼ ନର୍ଦାଙ୍ଗି ପେଣ୍ଠର ରାଜୁ ମହାରଣା ଓ ହେମନ୍ତ ଦେହୁରୀ ନାମକ ଦୁଇ ଯୁବକ ଦ୍ରୁତ ଗତିରେ ବାଇକ୍ରେ ଘଟଗାଁ ଯାଉଥିବାବେଳେ ରଘୁନାଥପୁର ରେଲୱେ ଓଭରବ୍ରିଜ୍ ନିକଟରେ ଦୁର୍ଘଟଣାଗସ୍ତ ହୋଇଥିଲା । ଶୁକ୍ରବାର ଘଟଣାସ୍ଥଳରେ ରାଜୁଙ୍କର ମୃତ୍ୟୁ ଘଟିଥିବାବେଳେ ଶନିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ହେମନ୍ତଙ୍କ ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version